ଆଜିଠୁ ଶ୍ରୀମନ୍ଦିରରରେ ଝୁଲଣ ଯାତ୍ରା
20/08/2018 at 11:57 PM

ପୁରୀ ୨୧/୮ : ଆଜିଠୁ ଶ୍ରୀମନ୍ଦିରରରେ ଝୁଲଣ ଯାତ୍ରା । ଶ୍ରୀମନ୍ଦିରର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି । ୭ ଦିନ ଧରି ଚାଲିବାକୁ ଥିବା ଝୁଲଣ ଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ମଧ୍ୟାହ୍ନ ଧୂପ ପରେ ତିନିବାଡରେ ସର୍ବାଙ୍ଗ ଲାଗି ଓ ବେଶ ହେବ । ମହାଜନମାନେ ସିଂହାସନରୁ ଲକ୍ଷ୍ମୀ, ସରସ୍ବତୀ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଆଣି ଖଟ ଶେଯରେ ବିଜେ କରାଇବେ। ବିଭିନ୍ନ ମନ୍ଦିରରେ ପ୍ରସ୍ତୁତ ହୋଇଛି ଝୁଲଣ କୁଞ୍ଜ। ଝୁଲଣ ଯାତ୍ରାରେ ସୁସଜ୍ଜିତ ରାଧା ଦାମୋଦରଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୁରୀରେ ଭିଡ ଜମାଇଛନ୍ତି।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022