ଭଡ଼ା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲିସ ଖୋଜୁଛି କାରଣ..

Published By : Prameya-News7 Bureau | August 16, 2022 IST

ସୁନ୍ଦରଗଡ଼ ୧୬।୦୮: ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ସୁନ୍ଦରଗଡ଼ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଏଲ୍‌ଏଣ୍ଡଟି ନ୍ୟୁ କଲୋନୀ ସ୍ଥିତ ଘରୁ ମୃତଦେହ ଠାବ ହୋଇଛି । ମୃତକ ବରପାଲି ସ୍ଥିତ ବିଜୁ ଏକ୍ସପ୍ରେସ୍‌ ଓ୍ୱେରେ ଥିବା ଟୋଲ୍‌ ପ୍ଲାଜରେ କାମ କରୁଥିଲେ । ତାଙ୍କର ବିଶ୍ୱଜିତ ସାହୁ ଏବଂ ଘର ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ସୋମବାର ସଂଧ୍ୟା ସମୟରେ ବିଶ୍ୱଜିତ୍ ଡ୍ୟୁଟି ସାରି ରୁମ୍‌କୁ ଫେରିଥିଲେ । ରାତିରେ ସେ ଏକୁଟିଆ ଥିବା ବେଳେ ତାଙ୍କ ସହ ଥିବା ଅନ୍ୟ ଜଣେ ସହକର୍ମୀ କାମ୍‌ ସାରି ଘରକୁ ଫେରିଥିଲେ । ସେ  ଦେଖିବା ବେଳକୁ ଘର କବାଟ ଭିତର ପଟୁ ବନ୍ଦ ରହିଥିଲା । ବହୁଥର ବିଶ୍ୱଜିତ୍‌ଙ୍କୁ ଡାକିଥିଲେ ବି କୌଣସି ଉତ୍ତର ପାଇନଥିଲେ । ଶେଷରେ କବାଟ ଭାଙ୍ଗି ଭାଙ୍ଗି ଦେଖିବା ବେଳକୁ ରଶିରେ ବିଶ୍ୱଜିତ୍‌ଙ୍କ ମୃତଦେହ ଝୁଲୁଥିଲା ।  ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.