ସୀମା ଟପିଗଲା ବର୍ବରତା: ଝିଅକୁ କୂଅରେ ଫୋପାଡିଲା ମାଆ, ଉଦ୍ଧାର ପରେ କୁନି ପିଲା ବଖାଣିଲା ସତ
20/01/2023 at 9:56 AM

ସାନଖେମୁଣ୍ଡି ୨୦/୦୧: ସୀମା ଟପିଲା ବର୍ବରତା । କୂଅରେ କୁନି ପିଲାକୁ ଫୋପାଡିଦେଲା ମାଆ । ଗାଁ ଦାଣ୍ଡରେ ଥିବା କୂଅରୁ ଉଦ୍ଧାର ହେଲେ ଶିଶୁ କନ୍ୟା । ଆଉ ଉଦ୍ଧାର ପରେ ଶିଶୁ କନ୍ୟାଟି ବଖାଣିଲା ସତ ।
ଗୁରୁବାର ବିଳମ୍ବିତ ରାତ୍ରିରେ ସାନଖେମୁଣ୍ଡି ବ୍ଲକ କଙ୍କରଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା । କଙ୍କରଡ଼ା ବ୍ରାହ୍ମଣ ସାହି ଥିବା ଏକ କୂଅରୁ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ସୂଚନାଥାଉକି, ଶିଶୁ କନ୍ୟା ଶୋଇଥିବା ବେଳେ ତାଙ୍କ ମା ତାଙ୍କୁ କୂଅରେ ଫୋପାଡିଦେଇଥିଲେ । ତେବେ କାହିଁକି କୂଅରେ ପୋପାଡିଲେ ତାହା ଜଣାପଡିନି । ଘଟଣା ପଛରେ ସତ କଣ ତାହା ବି ସ୍ପଷ୍ଟ ହୋଇନି । କିନ୍ତୁ ଛୁଆଟିକୁ ଉଦ୍ଧାର ପରେ ସେ ଗାଁ ଲୋକଙ୍କ ଆଗରେ ବଖାଣିଛି ସତ ।
Related Posts
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023