ଭିଜିଲାନ୍ସ ଜାଲରେ ଝାରସୁଗୁଡା ତହସିଲ କାର୍ଯ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର

Published By : Prameya-News7 Bureau | November 22, 2018 IST

ଝାରସୁଗୁଡା ୨୨|୧୧:  ଭିଜିଲାନ୍ସ ହାତରେ ଧରାପଡିଲେ ଡାଟାଏଣ୍ଟ୍ରି ଅପରେଟର । ଝାରସୁଗୁଡା ତହସିଲ କାର୍ଯ୍ୟାଳୟରେ ଡାଟାଏଣ୍ଟ୍ରି ଅପରେଟର କାଳୀଚରଣ ନାୟକ ପଟ୍ଟା ସଂଶୋଧନ କରାଇଦେବା ନାଁରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନାଯୋଗ୍ୟ ଝାରସୁଗୁଡା ତହସିଲ ଅନ୍ତର୍ଗତ ସାରସମାଲର ବସୁଦେବ ମହାନନ୍ଦ ତହସିଲ କାର୍ଯ୍ୟାଳୟରେ ପଟ୍ଟା ସଂଶୋଧନ ପାଇଁ ଆବେଦନ କରିଥିଲେ । ଏ ନେଇ କାଳୀଚରଣ ୩୦ହଜାର ଟଙ୍କା ଦାବି କରିଥିଲେ । ଏ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ବସୁଦେବ । ଫଳରେ ଆଜି ଝାରସୁଗୁଡା ଭିଜିଲାନ୍ସ ଡିଏସପି ଦିଲ୍ଲୀପ କରଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା । ଝାରସୁଗୁଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କାଳୀଚରଣ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲେ । ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା କହିଛନ୍ତି ଝାରସୁଗୁଡା ଭିଜିଲାନ୍ସ ଡିଏସପି ଦିଲ୍ଲୀପ କର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.