ଝାରସୁଗୁଡ଼ା ଉପକାରାଗାର ପୁଣି କଏଦୀ ମୃତ, ଆଜୀବନ ଜେଲ୍ ଦଣ୍ଡାଦେଶ କାଟୁଥିଲେ
22/01/2023 at 9:48 AM

ଝାରସୁଗୁଡା ୨୨।୦୧ : ଝାରସୁଗୁଡ଼ା ଉପକାରାଗାର ପୁଣି ଜଣେ କଏଦୀଙ୍କ ମୃତ୍ୟୁ । ଲଇକେରା ଥାନା କେନ୍ଦୁଡିହି ଜଙ୍ଗଲୀପଡ଼ା ଗାଁରେ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲୀଙ୍କ ମୃତ୍ୟୁ ହୋଇଛି ।
ଖବର ଅନୁଯାୟୀ, ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲୀ ୨୦୧୪ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ । ଏହାପରେ ଲଇକେରା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାନ୍ୟବର କୋର୍ଟ ଏହି ମାମଲାର ଶୁଣାଣି କରି ୨୦୨୧ ମସିହାରେ ଜଙ୍ଗଲୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ।
ତେବେ ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍ରେ ଜଙ୍ଗଲରେ ଦେହ ଖରାପ ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୪ଟାରେ ଜଙ୍ଗଲୀର ମୃତ୍ୟୁ ହୋଇଥିଲା ।
ତେବେ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ଝାରସୁଗୁଡ଼ା ଉପକାରଗାର । କିଛି ଦିନ ତଳେ ଜଣେ କଏଦୀ ଆତ୍ମହତ୍ୟା କରିଥିଲା । ପରେ ଜଣେ କଏଦୀ ଡାକ୍ତରଖାନାରୁ ଚମ୍ପଟ ମାରିଥିଲା । ଆଉ ଏବେ ଆଉ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି ।