କୁମ୍ଭାରବନ୍ଧ ସମଲେଶ୍ୱରୀ ମନ୍ଦିରରେ କୋଭିଡ୍ କଟକଣାରେ ପାଳିତ ହେଲା ବଏଲ ପୂଜା
31/10/2020 at 6:06 PM

ଝାରସୁଗୁଡା,୩୧/୧୦: ଝାରସୁଗୁଡା ଜିଲ୍ଲା କୁମ୍ଭାରବନ୍ଧ ସମଲେଶ୍ୱରୀ ମନ୍ଦିରରେ ବାର୍ଷିକ ବଏଲ ପୂଜା କୋଭିଡ କଟକଣାରେ ପାଳନ କରାଯାଇଛି । କୋଭିଡ କଟକଣା ପାଳନକରି ମନ୍ଦିରରେ କେବଳ ଚଣ୍ଡୀପାଠ ଓ ତନ୍ତ୍ର ପୂଜା କରା ଯାଇଛି ।
କର୍ତ୍ତା ତଥା ପୂଜା କମିଟି ସଭାପତି ଉମାକାନ୍ତ ପଣ୍ଡା ସହଧର୍ମିଣୀ ସୁବ୍ରତା ପଣ୍ଡା, ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର, ଝାଙ୍କର ଲକ୍ଷ୍ମୀକାନ୍ତ ଅଢା ଓ ନୃସିଂହ ବଗାର ପୂଜାରେ ସାମିଲ ହୋଇଥିଲେ ।କମିଟି ସଦସ୍ୟମାନେ ଭକ୍ତଙ୍କ ପ୍ରବେଶକୁ ସଂପୂର୍ଣ୍ଣ ବାରଣ କରିଥିଲେ । ବାଜା , ଶୋଭାଯାତ୍ର କିମ୍ବା ବହୁ ପୁରାତନ ପରଂପରା ସ୍ବରୂପ ବଏଲ୍ ( କାଳିସୀ)ଙ୍କ ଗାଁପରିକ୍ରମା ସଂପୂର୍ଣ୍ଣ ବନ୍ଦ କରିଦେବା ଫଳରେ ପର୍ବଦିନ ଗାଁ ଖାଁ ଖାଁ ଲାଗିଥିଲା।