ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମାଲକାନଗିରିରେ ୫ ସାମ୍ବାଦିକଙ୍କୁ ଗିରଫ ଘଟଣାକୁ ନିନ୍ଦା କଲା ଝାରସୁଗୁଡା ପ୍ରେସକ୍ଲବ୍

20/12/2021 at 5:36 PM

ଝାରସୁଗୁଡା ୨୦।୧୨: ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ କରି ୫ ସାମ୍ବାଦିକଙ୍କ ବିରୋଧରେ ଏତଲା ପରେ ଜେଲ ପଠାଇ ଦିଆଯିବା ଘଟଣାକୁ ନିନ୍ଦା କରିଛି ଝାରସୁଗୁଡା ଜିଲ୍ଲା ପ୍ରେସକ୍ଲବ୍ ।  ପୋଲିସ ଘଟଣାର ଉଚିତ ତଦନ୍ତ ନକରି ସାମ୍ବାଦିକଙ୍କୁ ଘରୁ ଉଠାଇଆଣି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି।  ଏଭଳି ଖବର ପ୍ରସାରଣ ନେଇ ମାଲକାନଗିରିର ୫ ସାମ୍ବାଦିକଙ୍କୁ ପୋଲିସ ଗିରଫ କରିବା ଏକ ନିନ୍ଦନୀୟ ଘଟଣା ବୋଲି ପ୍ରେସକ୍ଲବ୍ ପକ୍ଷରୁ ଅଭିଯୋଗ ହୋଇଛି ।

ଗିରଫ ସାମ୍ବାଦିକଙ୍କୁ ନିଃସର୍ତ୍ତରେ ଜେଲରୁ ଖଲାସ କରିବା ସହ ମିଥ୍ୟା ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛି ପ୍ରେସକ୍ଲବ୍ ।  ଜିଲ୍ଲା ପ୍ରେସକ୍ଲବ ଝାରସୁଗୁଡାର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଭୁବନ କିଶୋର ତିଓ୍ବାରୀ, ପ୍ରୀତମ ପଣ୍ଡା, ରିତେଶ ଶର୍ମା, ରାଜ କୁମାର ଶର୍ମା, ସଂଜୟ କୁମାର ଲୋଧା, ରବି ସାହୁ, ସୁରେନ୍ଦ୍ର ବାରିକ, ପ୍ରଭୁଦତ୍ତ ପୂଜାରୀ, ସଜ୍ଜାଦ ବାଦଶାହା, ନୀଳେନ୍ଦ୍ର କୁମାର ଗଜେନ୍ଦ୍ର, ପ୍ରକାଶ ରାଣା ଉପସ୍ଥିତ ଥିଲେ ।

   Related Posts