ବସ୍ତାରେ ବନ୍ଧା ହୋଇ ପଡ଼ିଛି ମୃତଦେହ : ମହିଳା କି ପୁରୁଷ ଅସ୍ପଷ୍ଟ
6/06/2023 at 1:31 PM

ଝାରସୁଗୁଡ଼ା ୬।୬: ବସ୍ତାରେ ବନ୍ଧା ହୋଇ ପଡ଼ିଛି ମୃତଦେହ । ଝାରସୁଗୁଡା ଜିଲ୍ଲା ଏକାତାଲି ନିକଟ ଗୋଡ଼ିବନ୍ଧ ନିକଟରେ ପଡ଼ିଛି ମୃତଦେହ । ଘଟଣାସ୍ଥଳରେ ଝାରସୁଗୁଡ଼ା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ଏକାତାଲି ନିକଟ ଗୋଡ଼ିବନ୍ଧ ନିକଟରୁ ମିଳିଲା ମୃତଦେହ । ବସ୍ତାରେ ବନ୍ଧା ହୋଇ ପଡ଼ିଛି ମୃତଦେହ । ମୃତକ ପରିଚୟ ମିଳିନଥିବା ସୂଚନା ମିଳିଛି । ମୃତକ ଜଣଙ୍କ ମହିଳା କି ପୁରୁଷ ଜାଣି ହେଉନାହିଁ । ମୃତକଙ୍କ ଖପୁରୀ ନଥିବା ବେଳେ ଶରୀରର ବିଭିନ୍ନ ଅଂଶ ପଚି ଯାଇଥିବା ଯୋଗୁଁ ଦୁର୍ଗନ୍ଧରେ ଫାଟି ପଡ଼ୁଛି ସ୍ଥାନୀୟ ଅଞ୍ଚଳ । ସାଇଣ୍ଟିଫିକ୍ ଟିମ୍କୁ ତଦନ୍ତ ପାଇଁ ଡକାଯାଇଛି ।
You Can Read :
Related Posts
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା : ଜଣେ ମୃତ, ଆଉ ଜଣେ ଗୁରୁତର
1 December 2023
ହାଇଓ୍ୱାକୁ ପଛ ପଟୁ ପିଟିଲା କାର୍, ୬ ଗୁରୁତର
1 December 2023