୧୦ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କଲା ଝାରସୁଗୁଡା ପୋଲିସ
2/11/2018 at 2:40 PM

ଝାରସୁଗୁଡା ୨|୧୧: ୧୦ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ସେମାନଙ୍କ ନିକଟରୁ ନଗଦ ୪୪ ହଜାର ୫୬-୦ଟଙ୍କା, ୩ଟି ଖଣ୍ଡା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୬ଟି ଲୁହାରଡ଼, ୭ଟି ମୁଖା ଓ ୧୧ଟି ମୋବାଇଲ ଜବତ କରିଛି। ଗତକାଲି ରାତିରେ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡ ଡକାୟତମାନେ ଏକତ୍ରିତ ହୋଇ ଏକ ବଡ ଧରଣର ଡକାୟତି କରିବାକୁ ଉଦ୍ୟମ କରିବା ସମୟରେ ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି। ଗିରଫ ଡକାୟତ ମାନଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ହୋଇଥିବା ବେଳେ ତିନିଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଡକାୟତ ଦଳ ରାଜ୍ୟର ପ୍ରମୁଖ ସହରମାନଙ୍କରେ ବଡ଼ବଡ଼ ଡକାୟତି କରିଥିବା ପୋଲିସ ସୂଚନା ଦେଇଛି। ଏହି ଦଳର ସଦସ୍ୟ ମୁଖ୍ୟତଃ ବ୍ୟାଙ୍କ ସମ୍ମୁଖରେ ରହି ଗ୍ରାହକଙ୍କ ଗତିବିଧି ଲକ୍ଷ୍ୟ କରି ସେମାନଙ୍କ ଠାରୁ ଲୁଟ୍ କରୁଥିଲେ।