ପେଟ୍ରୋଲ୍‌ ପମ୍ପ୍‌ ଲୁଟ୍‌ ଯୋଜନା ବେଳେ ଚଢ଼ାଉ କଲା ପୋଲିସ୍‌, ଦେଶୀ ବନ୍ଧୁକ ଓ ଭୁଜାଲି ସହ ୨ ଅଭଯୁକ୍ତ ଗିରଫ

Published By : Prameya-News7 Bureau | September 10, 2022 IST

ଝାରସୁଗୁଡା, ୧୦/୦୯: ଝାରସୁଗୁଡା ଜିଲ୍ଲା ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ବରଘାଟ ନିକଟରୁ ଦେଶୀ ବନ୍ଧୁକ ଓ ଭୁଜାଲି ସହ ୨ ଜଣ ଅଭଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ l ଗିରଫ ଅଭିଯୁକ୍ତ ଦ୍ୱୟ ଲମଟିବାହାଲର ଉମେଶ କୁମାର ଯାଦବ ଓ ମଧୁବନ ନଗରର ଘନଶ୍ୟାମ ସାହୁ ବୋଲି ପୋଲିସ ସୂଚନା ଦେଇଛି l

ସୂଚନା ଅନୁଯାୟୀ, ଅଭଯୁକ୍ତ ଦ୍ବୟ ନିଜର ୪ ଜଣ ସହଯୋଗୀ ବିଶାଳ ବାଗ, ଡିଲା ନାମଦେଓ, ଆକାଶ ବାରିକ, ବନ ମିଶ୍ରଙ୍କ ସହ ମିଶି ବରଘାଟ ନିକଟରେ ଏକତ୍ରିତ ହୋଇ ଗାନ୍ଧୀଛକ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ଏ ନେଇ ପୋଲିସ ସୂଚନା ପାଇ ଚଢାଉ କରିଥିଲା l ପୋଲିସକୁ ଦେଖି ଅଭିଯୁକ୍ତ ଉମେଶ ଯାଦବ ଗୁଳି ଚାଳନା କରିଥିଲେ ହେଁ ପୋଲିସ ଉମେଶ ଓ ଘନଶ୍ୟାମକୁ ଧରିବାରେ ସଫଳ ହୋଇଥିବାବେଳେ ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଭୁଜାଲି, ଏକ ଫୁଟା ଗୁଳି, ୩ ଟି ମୋବାଇଲ, ଦୁଇଟି ମୋଟର ସାଇକେଲ ଜବତ କରିଛି l ଅନ୍ୟପଟେ ଅନ୍ୟ ୪ ଜଣ ଫେରାର ହୋଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.