ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8/02/2023 at 8:04 AM

ଝାରସୁଗୁଡା ୦୭।୦୨ : ବିଧବା ମହିଳାଙ୍କୁ ଏସିଡ୍ ମାଡ଼ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡିହି ଗାଁରେ ଏସିଡ ମାଡ ହୋଇଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ମହିଳା ଜଣଙ୍କ ଅର୍ଡା ଆଶ୍ରମ ସ୍କୁଲରେ ପିଅନ ଭାବେ କାମ କରନ୍ତି । ସ୍କୁଲ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ଆସି ଏସିଡ ମାଡ କରିଥିଲେ । ଯାହାଫଳରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ । ସେଠାରୁ ତାଙ୍କୁ ଉଦ୍ଧା କରି ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କିଏ ଓ କାହିଁକି ଏହି ଏସିଡ୍ ମାଡ କରିଛି । ସେନେଇ ଖୋଳତାଡ କରୁଛି ପୋଲିସ ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023