ଝାରସୁଗୁଡା-ଗୋନ୍ଦିଆ ପାସେଞ୍ଜର ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Prameya-News7 Bureau | October 18, 2022 IST

ଝାରସୁଗୁଡ଼ା ୧୮/୧୦: ଝାରସୁଗୁଡା ବ୍ରଜରାଜନଗର ରେଳ ଷ୍ଟେସନରେ ଗୋନ୍ଦୀଆ ଝାରସୁଗୁଡା ପାସେଞ୍ଜର ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ। ଫଳରେ ମୁମ୍ବାଇ ହାୱାଡା ମୁଖ୍ୟ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବ୍ରଜରାଜନଗର ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ମଙ୍ଗଳବାର ରାତି ପ୍ରାୟ  ୮ଟା ୧୫ ରେ ବିଳାସପୁରରୁ ଝାରସୁଗୁଡ଼ା ଆସୁଥିବା ଟ୍ରେନ୍ ଅଟକି ରହିଥିଲା। ଟ୍ରେନ୍ ଅଟକିବା ଅଳ୍ପ କିଛି ସମୟ ମଧ୍ୟରେ ଟ୍ରେନ୍ ଡ୍ରାଇଭର ଇଞ୍ଜିନ୍ରେ ନିଆଁ ଲାଗିଥିବା ଜାଣି ଟ୍ରେନରୁ ଓହ୍ଲାଇ ଟ୍ରେନ ଯାତ୍ରୀ ମାନଙ୍କୁ ଗାଡିରୁ ଓହ୍ଲାଇବାକୁ ବଡ଼ ଜୋର କହି ସୂଚନା ଦେଇଥିଲେ।

ଯାତ୍ରୀମାନେ ଟ୍ରେନ୍ ନିଆଁ ଖବର୍ ପାଇ ଟ୍ରେନରୁ ଓହ୍ଲାଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ଟ୍ରେନ୍ ଇଞ୍ଜିନରେ ନିଆଁ ଲାଗିଥିବା ଖବର୍ ପାଇ ରେଳବାଇର ସୁରକ୍ଷା କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୩୦ ମିନିଟ୍‌ ଲାଗିଥିଲା। ଏହି ଘଟଣାରେ ଅଧିକ କ୍ଷୟକ୍ଷତି ହୋଇ ନାହିଁ। ରେଳବାଇ ପକ୍ଷରୁ ଅନ୍ୟ ଏକ ଇଞ୍ଜିନ ସାହାଯ୍ୟରେ ଯାତ୍ରୀ ମାନଙ୍କୁ ଝାରସୁଗୁଡ଼ା ପଠାଯାଇ ଥିଲା। କିନ୍ତୁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.