Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ଝାରସୁଗୁଡା ଫଳ ଗୋଦାମ ମାଲିକଙ୍କ ଠାରୁ ୪ ଲକ୍ଷ ଟଙ୍କା ଚୋରି

22/10/2018 at 5:51 PM

ଝାରସୁଗୁଡା ୨୨/୧୦ : ଝାରସୁଗୁଡା ସହରରେ ହୋଇଛି ଚୋରୀ | ସହରର ମାରୱାଡିପଡାରେ ଥିବା ଏକ ଫଳ ଗୋଦାମର ପଛ କବାଟ ଭାଙ୍ଗି ଚୋର ମାନେ ଚୋରୀ କରିନେଇଛନ୍ତି ନଗଦ ସାଢେ ୪ ଲକ୍ଷ ଟଙ୍କା | ଫଳଗୋଦାମ ମାଲିକ ମେଘନାଦ ଗୁପ୍ତା ବ୍ୟବସାୟୀ ମାନଙ୍କ ଠାରୁ ଆଦାୟ କରିଥିବା ସାଢେ ୪ ଲକ୍ଷ ଟଙ୍କା ଗତ ରାତିରେ ଗୋଦାମରେ ଛାଡି ଘରକୁ ଯାଇଥିଲେ | ଆଜି ସକାଳୁ ତାଙ୍କ କର୍ମଚାରୀ ମାନେ ଆସି ଗୋଦାମ କବାଟ ଭଙ୍ଗାଯାଇଥିବା ଦେଖି ମାଲିକଙ୍କୁ ଖବର ଦେବା ପରେ ମେଘନାଦ ଆସି ଦେଖିଲା ବେଳକୁ ଟଙ୍କା ଗାଏବ ହୋଇଯାଇଛି | ଖବରପାଇ ଝାରସୁଗୁଡା ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

   Related Posts