ବିରେନ୍ଦ୍ର ପାଣ୍ଡେଙ୍କ ପରଲୋକ, କଂଗ୍ରେସରୁ ୩ ଥର ହୋଇଥିଲେ ବିଧାୟକ
19/03/2023 at 7:38 AM

ଝାରସୁଗୁଡ଼ା ୧୯।୦୩ : ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଝାରସୁଗୁଡ଼ାରେ ପୂର୍ବତନ ବିଧାୟକଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା ।
ଖବର ଅନୁଯାୟୀ, ଝାରସୁଗୁଡ଼ା ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚନ ହୋଇଥିଲେ ବିରେନ୍ଦ୍ର ପାଣ୍ଡେ । ୧୯୮୦ ମସିହାରେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୫-୯୦ ପର୍ଯ୍ୟନ୍ତ ୨ୟ ଥର, ଆଉ ୧୯୯୫-୨୦୦୦ ପର୍ଯ୍ୟନ୍ତ ୩ୟ ଥର ଲାଗି ବିଧାୟକ ହୋଇଥିଲେ ।
କଂଗ୍ରେସରେ ଜଣେ ପୁରୁଖା ନେତା ଭାବେ ବେଶ୍ ଜଣାଶୁଣା ଥିଲେ ବିରେନ୍ଦ୍ର । ଲୋକଙ୍କ ଦୁଃଖସୁଖରେ ଛିଡ଼ା ହୋଇଥାନ୍ତି । ତେବେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଯାହାଫଳରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଉଥିଲା । ହେଲେ ଏବେ ଏହି ପୂର୍ବତନ ବିଧାୟକଙ୍କ ପରଲୋକ ହୋଇଛି । ବିରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ଖବର ଶୁଣି ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।