ଝାରସୁଗୁଡ଼ା ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗୁଆ

Published By : Prameya-News7 Bureau | May 13, 2023 IST

ଝାରସୁଗୁଡ଼ା ୧୩।୦୫ : ଇଭିଏମ୍ କହିବ ଝାରସୁଗୁଡ଼ା କାହାର । ଶନିବାର ଆସିବ ଉପନିର୍ବାଚନର ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳୀ ଦାସ ଆଗୁଆ ରହିଛନ୍ତି । ସେ ଦ୍ୱିତୀୟ ରାଉଣ୍ଡରେ ୧୧୨୫୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୬୭୪୬ ଖଣ୍ଡ ଭୋଟ ପାଇଛନ୍ତି । ବାକି କଂଗ୍ରେସ ଦଳ ୨୬୩ ଖଣ୍ଡ ଭୋଟ ପାଇଛି । ସେହିପରି ଅନ୍ୟାନ୍ୟ ଦଳ କୌଣସି ଭୋଟ ପାଇନାହାନ୍ତି ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଉପନିର୍ବାଚନ । ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ। ପ୍ରତି ଟେବୁଲରେ ଗୋଟିଏ ଲେଖାଏ ବୁଥ କରି ଗଣତି ଆରମ୍ଭ ହେବ। ଆଉ ଯେଉଁ ୨-୩ଟି ବୁଥ ବାକି ରହିଯିବ ସେଗୁଡ଼ିକ ୧୯ତମ ରାଉଣ୍ଡରେ ଗଣାଯିବ। ୨୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହେବ । ଅପରାହ୍ନ ୨ଟା ସୁଦ୍ଧା ଗଣତି ଶେଷ ହେବ । ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜର୍ଭର ଉପସ୍ଥିତ ରହବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଂ ସୁପରଭାଇଜର, ଜଣେ ସହାୟକ ରହିବେ । ଏଥି ସହ ଜଣେ ମାଇକ୍ରୋ ଅବଜର୍ଭର ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.