ମର୍ଣ୍ଣିଂ ୱାକ୍ ସାରି ଫେରୁଥିବା ବେଳେ ଠିକାଦାରଙ୍କୁ ଗୁଳିମାଡ

Published By : Prameya-News7 Bureau | June 10, 2019 IST

ଝାରସୁଗୁଡା ୧୦/୬ :  ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଠିକାଦାରଙ୍କୁ ଗୁଳିମାଡ ହୋଇଛି । ଠିକାଦାରଙ୍କ ଉହରକୁ ୩ ରାଉଣ୍ଡ ଗୁଳି ଚାଳନା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗୁଳିମାଡରେ ଠିକାଦାର ଗୁଡୁ ଗୁପ୍ତା ଗୁରୁତର ହୋଇଛନ୍ତି । ଗୁଡୁଙ୍କ ପେଟରେ ୨ଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଗୁଡୁଙ୍କୁ ପ୍ରଥମେ ମଣ୍ଡାଳିଆ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲ ଓ ପରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବ୍ୟବସାୟିକ ଶତୃତା କାରଣରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି ।

{"id":121606}

ମର୍ଣ୍ଣିଂ ୱାକ୍ ସାରି କାଳୀ ନଗରରେ ଥିବା ଘରକୁ ଫେରୁଥିବା ବେଳେ ଘର ସମ୍ମୁଖରେ ପୂର୍ବରୁ ଠିଆ ହୋଇ ଥିବା ଜଣେ ବ୍ୟକ୍ତି ଗୁଡୁ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲା । ବର୍ତ୍ତମାନ ଗୁଡୁର ଅବସ୍ଥା ଉଦବେଗଜନକ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.