ସିମରନ ମୃତ୍ୟୁଘଟଣା: ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେବା ପାଇଁ ସୁପାରିଶ କରିବେ ଝାରସୁଗୁଡା ଜିଲ୍ଲାପାଳ, ରାଜନୈତିକ ଲିଙ୍କ ଥିବା କହିଲେ ବାପା

Published By : Prameya-News7 Bureau | January 12, 2019 IST

ଝାରସୁଗୁଡା୧୨|୧: ଆଲବମ କୁଇନ ସିମ୍ରନ ସିଂହ ମ୍ରୁତ୍ୟୁ ମାମଲାରେ ଦିନକୁ ଦିନ ସସ୍ପେନ୍ସ ବଢି ଚାଲିଥିବା ବେଳେ ପୋଲିସ ତଦନ୍ତରେ ଭରସା କରି ପାରୁନାହାନ୍ତି ସିମ୍ରନର ପରିବାର ଲୋକେ ।  ସହଯୋଗୀ କଳାକାରମାନେ ମଧ୍ୟ ପୋଲିସ ତଦନ୍ତରୁ ଭରସା ତୁଟାଇ ବସିଲେଣି |ସେଥିପାଇଁ ପ୍ରତିଦିନ ସିମ୍ରନ ମାମଲାର ତଦନ୍ତ ଓ ନ୍ୟାୟ ପାଇଁ ଭିନ୍ନ ଭିନ୍ନ ସଂଗଠନ ପକ୍ଷରୁ ରାଲି ଶୋଭାଯାତ୍ରା କରାଯାଇ ଏସପି,ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଉଛି |

{"id":73281}

ସିମ୍ରନ ନିଜ ପରିବାର ସହ ଶେଷଥର ପାଇଁ ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ପରେ କଥା ହୋଇଥିଲେ । ୧ ତାରିଖ ନୁଆବର୍ଷରେ କେସିଙ୍ଗା ଯାଇଥିଲା ଏକ ଷ୍ତେଜ ପ୍ରୋଗ୍ରାମ ପାଇଁ | ସେ ପ୍ରୋଗ୍ରାମ କରିବାକୁ ଯାଇ ଆଉ ଝାରସୁଗୁଡା ନ ଫେରିବାରୁ ନିଜ ଝିଅ ଚିନ୍ତାରେ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଆଲବମ ଜଗତ ମଧ୍ୟ ସିମ୍ରନକୁ ଝୁରୀ ହେଉଛି | ସେଥିପାଇଁ ତ ପଶ୍ଚିମ ଓଡିଶାର ସମସ୍ତ ଟେଲି କଳାକାର ସିମ୍ରନଙ୍କୁ ମନେ ପକାଇବାକୁ ସଭାର ଆୟୋଜନ କରି ତାର ସ୍ମ୍ରୁତି ଚାରଣ କରି ସିମ୍ରନକୁ କଳାକାର ଜଗତର ଜଣେ ସଫଳ କଳାକାର ଭାବେ ବର୍ଣ୍ଣନା କରିଛନ୍ତି | ଏଥିସହ ସିମ୍ରନ ମ୍ରୁତ୍ୟୁ ମାମଲାର ସଠିକ ତଦନ୍ତ ଦାବୀ କରିଛନ୍ତି |

{"id":73282}

ସେପଟେ ସିମ୍ରନ ମ୍ରୁତ୍ୟୁ ମାମଲାରେ ରାଜନୈତିକ ଲିଙ୍କ ଥିବା ଅଭିଯୋଗ କରିଛନ୍ତି ସିମ୍ରନର ପରିବାର ଲୋକେ | ସେଥିପାଇଁ ସେମାନେ ସିମ୍ରନର ପୁରୁଷବନ୍ଧୁ ଧ୍ରୁବରାଜ ସୋନାର କକା ରୁକୁ ସୋନାକୁ ଦାୟୀ କରି ତାଙ୍କର ଗିରଫଦାରୀ ଦାବୀ କରିଛନ୍ତି | ରୁକୁସୋନାର ରାଜନୈତିକ ସଂପର୍କ ରହିଥିବାରୁ ପୋଲିସ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭୟଭୀତ ହେଉଛି ବୋଲି କହିଛି । ରୁକୁ ସୋନାର ଗିରଫ ନହେବା ପର୍ଯ୍ୟନ୍ତ ଏହି ମାମାଲାରୁ ପରଦା ଉଠିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ସିମ୍ରନର ପିତା |

{"id":73283}

ଆଲବମ୍ ଅଭିନେତ୍ରୀ ସିମ୍ରନର ସନ୍ଦେହଜନକ ମ୍ରୁତ୍ୟୁ ଘଟଣାରେ ଗିରଫ ହୋଇ ଜେଲ ହେପାଜତରେ ଥିବା ମୁଖ୍ୟ ଅଭିଯୁକ୍ତ  ଧ୍ରୁବରାଜ ସୁନାକୁ କୁ ଝାରସୁଗୁଡା ଏଡିଜେ କୋର୍ଟରେ ଶୁକ୍ରବାର ହାଜର କରାଯାଇଥିଲା  | ଧ୍ରୁବରାଜଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିବା ବେଳେ ଜାମିନର ଶୁଣାଣୀକୁ ଆସନ୍ତା ୧୯ ତାରିଖକୁ ସ୍ଥଗିତ ରଖିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।

{"id":73284}

 ଅନ୍ୟପଟେ ଅଧିକ ତଦନ୍ତ ପାଇଁ ସମ୍ବଲପୁର ପୋଲିସ ଧ୍ରୁବରାଜ ସୁନାକୁ ରିମାଣ୍ଡ ରେ ନେବ ବୋଲି ସମ୍ବଲପୁର ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସିମରନଙ୍କ ପରିବାର ଲୋକେ ।ଗତ ଗୁରୁବାର ସଂଧ୍ୟାରେ ମହାତ୍ମାଗାନ୍ଧୀ ଛକ ନିକଟରୁ ଏକ ର୍ୟାଲିରେ ଯାଇ ସିମ୍ରନର ପରିବାର ଓ ବନ୍ଧୁମାନେ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଭେଟି ପରିବାରକୁ ସୁରକ୍ଷା ଦାବି ସହ ଘଟଣା ର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ।

{"id":73287}

ଅନ୍ୟପଟେ ପରିବାର ଲୋକେ ସ୍ଥାନୀୟ ପୋଲିସର ତଦନ୍ତରେ ଭରସା କରୁ ନଥିବା ବେଳେ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ସଂପର୍କରେ ଗୃହ ବିଭାଗକୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.