LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜୁନ ୧୪ରୁ ଝାରସୁଗୁଡା ବିମାନ ସେବା ଆରମ୍ଭ

6/05/2018 at 7:03 AM

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଝାରସୁଗୁଡା ବିମାନବନ୍ଦର |ଏଥିପାଇଁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିମାନବନ୍ଦରକୁ ଲାଇସେନ୍ସ ମିଳିଛି । ଏନେଇ ଝାରସୁଗୁଡା ବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି | ଆସନ୍ତା ଜୁନରୁ ଏଠୁ ବିମାନ ଉଡିବାର ସମ୍ଭାବନା ବି ରହିଛି ।

ଐତିହାସିକ ଝାରସୁଗୁଡା ବିମାନବନ୍ଦରକୁ ମିଳିବାକୁ ଯାଉଛି ନୂଆ ପରିଚୟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁଦ୍ଧଜାହାଜ ଅବତରଣ ପାଇଁ ନିର୍ମାଣ ହୋଇଥିଲା ଏହି ରନୱୋ । ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣା ଅଭାବରୁ ଏହା ଜରାଜୀର୍ଣ୍ଣ ହୋଇ ପଡିଥିଲା । ରାଜ୍ୟ ଏବଂ କେନ୍ଦ୍ରସରକାରଙ୍କ ଆଗ୍ରହ ଫଳରେ ଏହି ବିମାନବନ୍ଦର ପୁଣିଥରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୯୦୯ ଏକର ଜମି ଉପରେ ଆରମ୍ଭ ହେବାକୁ ଯାଉଛି ବିମାନବନ୍ଦର । ଏପ୍ରିଲ ମାସରେ ଡିଜିସିଏର ପ୍ରତିନିଧି ଦଳ ବିମାନବନ୍ଦର କାମ ତଦାରଖ କରିଥିଲେ । ଏବେ ଲାଇସେନ୍ସ ମିଳିବା ପରେ ସ୍ଥାନୀୟ ଲୋକେ ଖୁସି ଜାହିର କରିଛନ୍ତି । ଝାରସୁଗୁଡାର ଆର୍ଥିକ ଏବଂ ସାମାଜିକ ବିକାଶ ପାଇଁ ଏହା ସହାୟକ ହେବ ବୋଲି ଆଶା କରିଛନ୍ତି ।

ଝାରସୁଗୁଡା ବିମାନବନ୍ଦର ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା ପାଇଛି । ଆସନ୍ତା ଜୁନ ମାସରୁ ଉଡାନ୍ ଯୋଜନାରେ ରାୟପୁର, ରାଞ୍ଚୀ ଓ ଭୁବନେଶ୍ୱରକୁ ବିମାନ ଚଳାଚଳ କରିବାର ସମ୍ଭାବନା ରହିଛି ।

Leave a Reply

   Related Posts