ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଉ : ନବୀନ
12/09/2018 at 3:16 PM

ଭୁବନେଶ୍ବର ୧୨/୯: ଝାରସୁଗୁଡ଼ା ବିମାନ ବନ୍ଦରକୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ସେପଟେମ୍ବର ୨୨ତାରିଖରେ ଝାରସୁଗୁଡ଼ା ବିମାନବନ୍ଦରର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ। ଦିଲ୍ଲୀ-ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ବିମାନକୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ୯୦୯.୨୨ଏକର ଜମି ଉପରେ ତିଆରି ହୋଇଛି ଭୁବନେଶ୍ବର ବିମାନ ବନ୍ଦର। ଏଥିପାଇଁ ୧୭୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ୫୦କୋଟି ଟଙ୍କା ପ୍ରଦାନ କରିଛନ୍ତି।