ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ବନ୍ଦ ପ୍ରସଙ୍ଗ : ଧର୍ମେନ୍ଦ୍ର କହିଲେ ଏୟାର ଓଡିଶା ସହ ଚୁକ୍ତି ବାତିଲ ହେବ
31/10/2018 at 7:12 PM

ଭୁବନେଶ୍ବର ୩୧|୧୦: ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ହେଉନଥିବାରୁ ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ଏୟାର ଓଡିଶା ସହ ହୋଇଥିବା ଚୁକ୍ତି ବାତିଲ କରାଯିବ ।ଏନେଇ ପୁନର୍ବାର ସମୀକ୍ଷା କରାଯିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ।ଏୟାର ଇଣ୍ଡିଆ ସ୍ପାଇସ୍ ଜେଟ ସହ ଆଲୋଚନା କରୁଛି କେନ୍ଦ୍ର ।ବିମାନବନ୍ଦର ନାମକରଣ ନେଇ ରଖିଲେ ପ୍ରତିକ୍ରିୟା ।କହିଲେ ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରନ୍ତି ତାହା ଭୁଲି ଯାଆନ୍ତି ।ତେବେ କେନ୍ଦ୍ର ଏକଥାକୁ ଗୁରୁତ୍ବ ଦେଇଛି ।ଖୁବଶୀଘ୍ର ବିମାନବନ୍ଦରର ନାମକରଣ କରାଯିବ ।ବିମାନ ଚଳାଚଳ ନେଇ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ।ତୁରନ୍ତ ବିମାନ ଚଳାଚଳ ଆରମ୍ଭ କରିବା ଏବଂ ଏହାକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଚିଠିଲେ ଉଲ୍ଲେଖ ରହିଥିଲା ।ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡା ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଏଠାରୁ ବିମାନ ଚଳାଚଳ ପାଇଁ େୟାର ଓଡିଶା ସହ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଚୁକ୍ତି କରିଥିଲା । କିନ୍ତୁ ବିମାନ ବନ୍ଦର ୁଦଘାଟନ ହେବା ପରଠୁ ବିମାନ ଚଳାଚଳ ନେଇ େୟାର ଓଡିଶା କୌଣସି ପଦକ୍ଷେପ ନେଇନଥିଲା । ଏପରିକି ଭୁବନେଶ୍ବର ନୂଆ ଦିଲ୍ଲୀ ବିମାନକୁ ବାୟା ଝାରସୁଗୁଡା ନେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ସଭାରେ ଦାବି ରଖିଥିଲେ । ତେବେ ସେ ଦିଗରେ ମଧ୍ୟ ମନ୍ତ୍ରାଳୟ କୌମସି ନିଷ୍ପତ୍ତି ନେଇ ନାହିଁ ।