ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଝାରସୁଗୁଡା ବିମାନବନ୍ଦର ଯାଞ୍ଚ କରିବ ଏଏଆଇ
7/09/2018 at 11:50 AM

ଝାରସୁଗୁଡ଼ା ୭/୯:ଆଜି ଝାରସୁଗୁଡା ଗସ୍ତରେ ଆସୁଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଗୁରୁ ପ୍ରସାଦ ମହାପାତ୍ର।ଆସନ୍ତା ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ବିମାନବନ୍ଦରର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି।ତେଣୁ ପ୍ରଧାନମନ୍ତ୍ରୀ ଙ୍କ ଗସ୍ତ ପୁର୍ବରୁ ବିମାନବନ୍ଦରର କାର୍ଯ୍ୟ ତଦାରଖ କରିବାକୁ ଆସୁଛନ୍ତି ଶ୍ରୀ ମହାପାତ୍ର।ପରୀକ୍ଷାମୂଳକ ବିମାନ ଉଡାଣ ପାଇଁ ଆଜି ଏୟାର ଓଡ଼ିଶାର ଅଧିକାରୀ ମଧ୍ୟ ଆସୁଛନ୍ତି।ଏଥିସହ ପ୍ରଧାନମନ୍ତ୍ରୀ ଙ୍କ ଗସ୍ତକୁ ସଫଳ କରିବାକୁ ଆଜି ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ବିମାନବନ୍ଦରରେ ସମୀକ୍ଷା କରି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ଗତ ଅଗଷ୍ଟ୩୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଝାରସୁଗୁଡା ବିମାନବନ୍ଦର ବୁଲିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ।