ହାତୀପଲ ଘଉଡାଇବାରେ ବନ ବିଭାଗ ସଫଳ

Published By : Prameya-News7 Bureau | November 29, 2019 IST

ନୀଳଗିରି ୨୯।୧୧:  ବାଲେଶ୍ବର ନୀଳଗିରିରେ ଗତ କିଛି ଦିନ ହେଲା ଉପଦ୍ରବ ଚଳାଇଥିବା ହାତୀପଲଙ୍କୁ ଘଉଡାଇବାରେ ସଫଳ ହୋଇଛି ବନ ବିଭାଗ । ହାତୀପଲଙ୍କ ଯିବପରେ ସ୍ଥାନୀୟଲୋକେ ଆଶ୍ବସ୍ତି ଲାଭ କରିଛନ୍ତି ।

{"id":191405,"sizeSlug":"large"}

ସୂଚନାଯୋଗ୍ୟ ଯେ, ହାତୀପଲଙ୍କୁ ଘଉଡାଇବା ପାଇଁ ବାଲେଶ୍ବର ଡିଏଫଓ ବିଶ୍ବରାଜ ପଣ୍ଡାଙ୍କ ନେତୃତ୍ବରେ ବାଲେଶ୍ବର, ଜଳେଶ୍ବର, ଔପଦା, ସୋର, ନୀଳଗିରି ଓ କୁଳଡିହା ବନବିଭାଗର ୨୦୦ରୁ ଅଧିକ କର୍ମଚାରୀ ସାମିଲ ହୋଇଥିଲେ । ହାତୀ ଘଉଡାଇବା ପାଇଁ ଆତସବାଜି ବ୍ୟବହାର କରାଯାଇଥିଲା । ହାତୀ  ପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରୁ ବାହାରି ପାଟଣା ଦେଇ ମୟୁରଭଞ୍ଜ ଆଡକୁ ଯାଇଛନ୍ତି । ହାତୀ ପଲ ଗଲାପରେ ସ୍ଥାନୀୟ ଲୋକେ ଆଶ୍ବସ୍ତ ହୋଇଛନ୍ତି । ତେବେ କ୍ଷତି ସହିଥିବା ଚାଷୀଙ୍କ ଫସଲର କ୍ଷୟକ୍ଷତି ଆକଳନ କରାଯାଇ ସହାୟତା ଦିଆଯିବ ବୋଲି କୁହାଯାଇଛି । ୪୩ଟି ହାତୀ ୨ ଦିନ ହେବ ତିନିକୋଶିଆ ଜଙ୍ଗଲରେ ଡେରା ପକାଇ ରହିଥିବାବେଳେ ହତିମୁଣ୍ଡା ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.