ବସ୍‌ରୁ ଡେଇଁ ଝାଡଖଣ୍ଡର ମହିଳା ସୋରରୁ ନିଖୋଜ

Published By : Prameya-News7 Bureau | November 29, 2019 IST

ସୋର ୨୯।୧୧: ଝାଡଖଣ୍ଡର ଜଣେ ମହିଳା ବିଳମ୍ବିତ ରାତିରେ ବସରୁ ଡେଇଁ ନିଖୋଜ ହୋଇଯାଇଛନ୍ତି । ଗତ ୧୩ ତାରିଖରେ ଘଟଣା ଘଟିବା ଦିନରୁ ସ୍ବାମୀ ଖୋଜୁଥିବା ବେଳେ ମହିଳାଙ୍କର ପତ୍ତା ମିଳିପାରି ନାହଁ ।

{"id":191471,"sizeSlug":"large"}

ଝାଡଖଣ୍ଡ ଧାନବାଦ ଜିଲ୍ଲା ବାଲିଆ ଥାନାର ଚାଲଧୂଆ ଗ୍ରାମର ବିଶ୍ବନାଥ ମୁର୍ମୁଙ୍କ ସ୍ତ୍ରୀ ଶାନ୍ତିଦେବୀ ଓ ଛଅ ବର୍ଷର ଝିଅ ଇସ୍ତ୍ରୀ କୁମାରୀଙ୍କ ସହ ଗତ ୧୦ ତାରିଖରେ ଗାଁରୁ କଟକର ଏକ ଘରୋଇ ଡାକ୍ତରଖାନାକୁ ଝିଅର ଗ୍ରହଣଖଣ୍ଡିଆ ଚିକିତ୍ସା କରାଇବାକୁ ଆସିଥିଲେ । ପୂର୍ବରୁ ଧାନବାଦ ଆମଟାଲ ଅଞ୍ଚଳର ଏଜେଣ୍ଟ ପ୍ରଦୀପ ରାଓବାନୀଙ୍କ ସହ ଚିକିତ୍ସା ନିମନ୍ତେ ଯୋଗାଯୋଗ ହୋଇଥିଲା । କୌଣସି କାରଣରୁ ଝିଅର ଗ୍ରହଣ ଖଣ୍ଡିଆ ଚିକିତ୍ସା ନହେବାରୁ ସ୍ତ୍ରୀ ଓ ଝିଅ ସହ ୧୧ ତାରିଖ ରାତିରେ କଟକ ବସଷ୍ଟାଣ୍ଡରୁ ଟାଟାବସ୍ ଯୋଗେ ଫେରୁଥିଲେ । ବସଟି ବିଳମ୍ବିତ ରାତିରେ ସୋର ଦହିସଡାଠାରେ ଯାତ୍ରୀମାନେ ପରିସ୍ରା କରିବାକୁ ଅଟକିଥିଲା । ବିଶ୍ବନାଥ ବସରୁ ଓହ୍ଲାଇ ପରିସ୍ରା କରିବାକୁ ଯାଇଥିବା ବେଳେ ସ୍ତ୍ରୀ ଶାନ୍ତିଦେବୀ ବସ୍ ଝରକା ଦେଇ ଡେଇଁ ପଳାଇ ଯାଇଥିବାର ବସ୍ ଡ୍ରାଇଭର କହିଥିଲେ । 

{"id":191472,"sizeSlug":"large"}

ବିଶ୍ବନାଥ ବସ୍ ଡ୍ରାଇଭର, କର୍ମଚାରୀ ଓ ବସଯାତ୍ରୀ ରାତିରେ ସେଠାରେ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ଖୋଜଖବର ମିଳିନଥିଲା । ବସ୍ ସେଠାରୁ ଚାଲିଯିବାରୁ ବିଶ୍ବନାଥ ତାଙ୍କୁ ଖୋଜାଖୋଜି କରି ସେହି ରାତିରେ ଏକ ହୋଟେଲରେ ପହଞ୍ଚଥିଲେ । ସେଠାରୁ ଥାନାକୁ ଯାଇ ଅଭିଯୋଗ କରିବାରୁ ବାଲିଆପୁର ଥାନା ସୋର ଥାନାକୁ ଶାନ୍ତିଦେବୀ ନିଖୋଜ ଅଭିଯୋଗ ଜଣାଇଥିଲା । ସୋର ପୋଲିସ ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ଶାନ୍ତିଙ୍କର କୌଣସି ଖବର ମିଳିନାହଁ।  ଝାଡଖଣ୍ଡ ସିନ୍ଧିର ବିଧାନସଭାକ୍ଷେତ୍ରର ବିଧାୟକ  ଫୁଲଚାନ୍ଦ ମଣ୍ଡଳ ସୋର ପୋଲିସକୁ ତଦନ୍ତ କରିବାକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.