ଝାଡ଼ଖଣ୍ଡ:  ମୁସ୍ଲିମ ଯୁବକଙ୍କ ଚାପରେ ଚାଲିଛି ଜିଲ୍ଲାର ଶହଶହ ସ୍କୁଲ, ରବିବାର ନୁହେଁ ସାପ୍ତାହିକ ଅବକାଶ ଶୁକ୍ରବାର, ଜାଣନ୍ତିନି ସରକାର

Published By : Prameya-News7 Bureau | July 09, 2022 IST

ରାଞ୍ଚୀ ୯।୭: ଝାଡ଼ଖଣ୍ଡ ଜମତାଡା ଜିଲ୍ଲାରେ ସ୍ଥାନୀୟ ଲୋକେ ସରକାରୀ ନିୟମ ଭାଙ୍ଗି ସ୍କୁଲମାନଙ୍କ ଉପରେ ନିଜର ନିୟମ ଥୋପିଛନ୍ତି। ଜିଲ୍ଲାର ଶତାଧିକ ସ୍କୁଲରେ ସରକାରୀ ନିୟମ ମୁତାବର ରବିବାର ସାପ୍ତାହିକ ଅବକାଶ ନ ହୋଇ ଶୁକ୍ରବାର (ଜୁମା) ଛୁଟି ହେଉଛି। ଜିଲ୍ଲାର କିଛି ମୁସଲମାନ ଯୁବକ ପ୍ରଥମେ ୨-୩ଟି ସ୍କୁଲରେ ଚାପ ପକାଇ ସାପ୍ତାହିକ ଅବକାଶ ନିୟମ ବଦଳାଇଥିଲେ। ଯାହା ଏବେ ପୁରା ଜିଲ୍ଲାରେ ଲାଗୁ ହୋଇଯାଇଛି। ଏହି ଅଘୋଷିତ ସାପ୍ତାହିକ ଅବକାଶ ୧୦୦ରୁ ଅଧିକ ସ୍କୁଲରେ ହେଉଥିବା ଜଣାପଡିଛି।

ଯୁବକମାନେ ଅଞ୍ଚଳରେ ୭୦ ପ୍ରତିଶତରୁ ଅଧିକ ମୁସଲିମ ଜନସଂଖ୍ୟା ଥିବା ବେଳେ ଏଠାକାର ସ୍କୁଲମାନଙ୍କରେ ମୁସଲିମ ପିଲାଙ୍କ ସଂଖ୍ୟା ଅଧିକ ବୋଲି ବିଦ୍ୟାଳୟମାନଙ୍କ ପରିଚାଳନା ଉପରେ ଚାପ ପକାଉଛନ୍ତି। ଏଣୁ ଏଠାରେ ରବିବାର ପାଠ ପଢା ହେଉଥିବା ବେଳେ ଶୁକ୍ରବାର ବିଦ୍ୟାଳୟ ବନ୍ଦ ରହୁଛି। ତେବେ ସବୁଠୁ ଯାହା ଅଧିକ ଆଶ୍ଚର୍ଯ୍ୟଜନକ ତାହା ହେଉଛି ଊର୍ଦ୍ଦୁ ସ୍କୁଲ। ଏଠାକାର କୌଣସି ବିଦ୍ୟାଳୟରେ ନା ଊର୍ଦ୍ଦୁ ପଢା ଯାଉଛି ନା ଶିକ୍ଷକ ଅଛନ୍ତି, ହେଲେବି  ବିଦ୍ୟାଳମାନଙ୍କ ନାମ ଆଗରେ ଉର୍ଦ୍ଦୁ ବିଦ୍ୟାଳୟ ଲେଖି ଦିଆଯାଇଛି।

{"id":653958,"width":838,"height":551,"sizeSlug":"full","linkDestination":"none"}

ତେବେ ଜିଲ୍ଲାରେ ଚାଲିଥିବା ଏପରି ଅବ୍ୟବସ୍ଥା ନେଇ ସରକାରୀ ଅଧିକାରୀମାନେ ଅନ୍ଧାରରେ ଅଛନ୍ତି। ସେମାନଙ୍କୁ ଏ ବିଷୟରେ ନା ସ୍କୁଲ କର୍ତ୍ତୃପକ୍ଷ ସୂଚିତ କରୁଛନ୍ତି ନା ସେମାନେ ନିଜ ଆଡୁ କେବେ ଏ ବାବଦେ ଜାଣିବାକୁ ଚାହିଁଛନ୍ତି। ଫଳରେ ଭାରତ ଭଳି ଦେଶର ଏକ ରାଜ୍ୟର ଜିଲ୍ଲାରେ ପାକିସ୍ତାନ ଶାସନ ଚାଲିଛି। ଘଟଣାକୁ ନେଇ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ସୂଚିତ କରିଛନ୍ତି। ଏଥିରେ ମରାଣ୍ଡି ହେମନ୍ତ ସୋରେନ ସରକାର ଝାଡଖଣ୍ଡକୁ କେଉଁ ଆଡକୁ ନେଇ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସମାଜରେ ବିଷ ମିସାଉଥିବା ଏପରି ଅସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ଉପରେ ତୁରନ୍ତ ରୋକ ଲଗାଇବା ସହ ଏପରି ସମାଜ ବିରୋଧୀ ଶକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି। ତେବେ ପ୍ରସଙ୍ଗରେ ହେମନ୍ତ ସୋରେନ ସରକାରଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସି ନାହିଁ। ସରକାର କାର୍ଯ୍ୟାନୁଷ୍ଠାନ କରିବେ କି ଜନ ସଂଖ୍ୟା ଆଧାରରେ ଜିଲ୍ଲାରେ ଶୁକ୍ରବାର ସରକାରୀ ଛୁଟି ଘୋଷଣା କରିବେ ତା ଉପରେ ଏବେ ସମସ୍ତଙ୍କ ନଜର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.