ନୀଳଗିରି: ଅଦିନିଆରେ ସର୍ଭେ ପାଇଁ ପହଁଚିଲା ଝାଡ଼ଖଣ୍ଡ ଦନ୍ତା। ହାତୀଟି ଆସିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ କ୍ଷେତରେ ଧାନ ନଥିବାରୁ ଏବେ ଗାଁ ଗୁଡିକରେ ବ୍ୟାପକ ଉପଦ୍ରଵ ହେବାର ଆଶଙ୍କା ଘାରିଛି।
ସୂଚନାଯୋଗ୍ୟ ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡ ହାତୀପଲ ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ଶେଷ ଆଡକୁ ଆସି ବ୍ୟାପକ ଉପଦ୍ରଵ କରିଥାନ୍ତି। କ୍ଷେତରେ ବ୍ୟାପକ ଫସଲ ଥିବାରୁ ହାତୀପଲ ପର୍ଯ୍ୟାପ୍ତ ଖାଦ୍ୟ ପାଇ ଗାଁଗୁଡିକରେ ଉପଦ୍ରଵ କମ କରିଥାନ୍ତି। ହେଲେ ଚଳିତ ବର୍ଷ ହାତୀପଲ ଗୁଡିକ ନୀଳଗିରି ସୀମାନ୍ତରେ ଅଟକି ରହି ନୀଳଗିରି ଭିତରକୁ ଆସିନଥିଲେ। ଚାଷୀକୁଳ ସାମାନ୍ୟ ଆସ୍ୱସ୍ତି ଲାଭ କରିଥିବା ବେଳେ ଧାନ ଅମଳ ବେଶ ସୁରୁଖୁର ରେ କରିଥିଲେ। ୬/୭ ଟି କୁଳଡିହା ହାତୀ ୩କୋଶିଆ ଜଙ୍ଗଲରେ ରହି ଉପଦ୍ରଵ କରିଥିଲେ।
ତେବେ ଆଜି ନୀଳଗିରି ସୀମାନ୍ତରେ ଏକ ଦନ୍ତା ହାତୀ ପୁନଦାଳ ଦେଇ ସୋନ ନଦୀ ପାରି ହୋଇ ସନ୍ଧ୍ୟାରେ ପାଟଣା ଅଞ୍ଚଳରେ ପହଁଚିଥିଲା। ପରେ ଜାମବଣି ଅଞ୍ଚଳରେ ପଶି ଉପଦ୍ରଵ କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ଦନ୍ତାଟି ପାଇଲଟ୍ ଦନ୍ତା ବୋଲି ଅମୁମାନ କରାଯାଇଛି। ହାତୀଟି ସର୍ଭେ କରି ଫେରିଲେ ବ୍ୟାପକ ହାତୀପଲ ଆସିବାର ସମ୍ଭାବନା ରହିଛି। ଏବେ ଧାନ ଫସଲ ନଥିବାରୁ ହାତୀପଲ ଆସିଲେ ବ୍ୟାପକ ପରିବା ଫସଲହାନୀ ହେବା ସାଙ୍ଗକୁ ଧାନ କଳେଇ କିମ୍ବା ଅମଳ ହୋଇ ରହିଥିବା ଧାନଅଖା ନଷ୍ଟ ହେବାର ସମ୍ବାବନା ରହିଛି। ହାତୀର ଗତିବିଧି ଉପରେ ନୀଳଗିରି ରେଞ୍ଜର ଆଇସା ଏ ନିଶା ବନ କର୍ମଚାରୀଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି।