ମନ୍ତ୍ରୀଙ୍କ ପୁଅ ହେଲେ ସରକାରୀ ପିଅନ, ୱେଟିଂ ଲିଷ୍ଟରେ ପୁତୁରା !

Published By : Prameya-News7 Bureau | December 02, 2023 IST

ନୂଆଦଲ୍ଲୀ: ମନ୍ତ୍ରୀଙ୍କ ପୁଅ ସରକାରୀ ପିଅନ ଚାକିରି ପାଇଁ ଚୟନ ହୋଇଛନ୍ତି । ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବିଧାୟକ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମନ୍ତ୍ରୀ ସତ୍ୟାନନ୍ଦ ଭୋକ୍ତାଙ୍କ ପୁଅ ମୁକେଶ କୁମାର ଚତରା କୋର୍ଟରେ ପିଅନ ପଦ ପାଇଁ ଚୟନ ହୋଇଛନ୍ତି । କୁହାଯାଉଛି ଯେ ମନ୍ତ୍ରୀଙ୍କ ପୁତୁରା ରାମଦେବ କୁମାର ଭୋକ୍ତାଙ୍କ ନାଁ ମଧ୍ୟ ୱେଟିଂ ଲିଷ୍ଟିରେ ଅଛି । ଉଲ୍ଲେଖଯୋଗ ଶୁକ୍ରବାର ଚତରା କୋର୍ଟରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ନିଯୁକ୍ତି ରେଜଲ୍ଟ ପ୍ରକାଶ ପାଇଥିଲା । ଏଥିରେ ବିଭିନ୍ନ ପଦ ପାଇଁ ମୋଟ ୧୯ ଜଣଙ୍କୁ ଚୟନ କରାଯାଇଛି ।

ଝାଡଖଣ୍ଡର ହେମନ୍ତ ସୋରେନ ସରକାରରେ ମନ୍ତ୍ରୀ ସତ୍ୟାନନ୍ଦ ଭୋକ୍ତା ଚତରା ବିଧାନସଭା ଆସନରୁ ଆରଜେଡି ଟିକଟରୁ ବିଧାୟକ ଅଛନ୍ତି । ଗତ ବର୍ଷ ଡିସେମ୍ୱରରେ ମନ୍ତ୍ରୀ ସତ୍ୟାନନ୍ଦ ଭୋକ୍ତାଙ୍କ ପୁଅ ମୁକେଶ କୁମାରଙ୍କ ବିବାହ ହୋଇଥିଲା । ଏହି ବିବାହରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଅନେକ ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଥିଲେ । କିନ୍ତୁ ଏବେ ମନ୍ତ୍ରୀଙ୍କ ପୁଅ ପିଅନ ଚାକିରି ପାଇଁ ଚୟନ ହେବାକୁ ନେଇ ଝାଡଖଣ୍ଡରେ ଚର୍ଚ୍ଚା ଅଧିକ ରହିଛି ।

ପଢନ୍ତୁ: ଝାଡଖଣ୍ଡ ବିଧାୟକଙ୍କ ସୁରକ୍ଷାରେ ନିଯୁକ୍ତ ହେଲେ ଧନୁର୍ଦ୍ଧାରୀ ଗାର୍ଡ଼, କହିଲେ ପ୍ରକୃତ କାରଣ

ସତ୍ୟାନନ୍ଦ ଭୋକ୍ତା ଝାଡ଼ଖଣ୍ଡରେ ଶ୍ରମ, ରୋଜଗାର ଓ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି । ଚତରା ବିଧାନସଭା ଆନସରୁ ସେ ବିଧାୟକ ଅଛନ୍ତି । ଏହାସହ ସେ ରାଜ୍ୟରେ ଆରଜେଡିର ଏକମାତ୍ର ବିଧାୟକ । ସେ ୨୦୦୦ ମସିହାରେ ବିଜେପି ଟିକଟରେ ନିର୍ବାଚନ ଲଢି ବିଧାନସଭା ପହଞ୍ଚିଥିଲେ । ୨୦୦୪ରେ ମଧ୍ୟ ସେ ବିଜେପି ବିଧାୟକ ହୋଇ ବିଧାନସଭା ସଦସ୍ୟ ହୋଇଥିଲେ । ୨୦୧୪ରେ ବିଜେପି ଟିକଟ ନମିଳିବା ପରେ ସେ ଆରଜେଡିରେ ସାମିଲ ହୋଇଥିଲେ । ୨୦୧୯ରେ ଆରଜେଡି ଟିକଟରେ ନିର୍ବାଚନ ଲଢି ମହାମେଣ୍ଟ ସରକାରରେ ମନ୍ତ୍ରୀ ହେଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.