ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ନିଜ ପସନ୍ଦର ବିବାହ କରିପାରିବେ ୧୫ ବର୍ଷ ବୟସ୍କ ମୁସଲିମ୍ ଝିଅ

Published By : Prameya-News7 Bureau | December 01, 2022 IST

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଏଥିରେ ପରିବାର ଲୋକ ତାଙ୍କୁ ଅବରୋଧ କରିପାରବେ ନାହିଁ । ଉଚ୍ଚ ଅଦାଲତରେ ଦାୟର ହୋଇଥିବା ମାମଲାରେ ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ବିହାର ନଓ୍ବାଦା ଅଞ୍ଚଳର ୨୪ ବର୍ଷୀୟ ମହମ୍ମଦ ସୋନୁ ଝାଡ଼ଖଣ୍ଡ ଜାମସେଦପୁରର ଏକ ମୁସଲିମ୍ ଝିଅକୁ ପ୍ରେମ କରୁଥିଲେ । ପରେ ଝିଅକୁ ଫେରାର୍ କରିନେଇଥିଲେ । ଝିଅକୁ ମାତ୍ର ୧୫ ବର୍ଷ ହୋଇଥିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଅପରାଧିକ ମାମଲା ରୁଜୁ କରିଥିଲା । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୋନୁ ।

ଜଷ୍ଟିସ୍ ଏସକେ ଦ୍ବିବେଦୀଙ୍କ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ମୁସଲିମ୍ ସମ୍ପ୍ରଦାୟରେ ୧୫ବର୍ଷରୁ ଅଧିକ ବୟସ୍କ ଝିଅ ନିଜ ପସନ୍ଦରେ ବିବାହ କରି ପାରିବେ ବୋଲି କୋର୍ଟ କହିଛନ୍ତି । ଏଥିରେ ପରିବାର ଲୋକ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ । ଏହା ସହିତ ସୋନୁଙ୍କ ଉପରେ ଲାଗିଥିବା ସମସ୍ତ ଅପରାଧିକ ମାମଲାକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.