ହାଇକୋର୍ଟରେ ହେମନ୍ତଙ୍କ ମାମଲାର ଶୁଣାଣି; ଇଡିକୁ ଜବାବ ତଲବ

Published By : Prameya-News7 Bureau | February 05, 2024 IST

ରାଞ୍ଚି: ହେମନ୍ତ ସୋରେନଙ୍କ ଗିରଫଦାରୀ ଚ୍ୟାଲେଞ୍ଜ ଆବେଦନର ଶୁଣାଣି ହୋଇଛି । ରାଞ୍ଚି ହାଇକୋର୍ଟ ସୋମବାର ମାମଲାର ଶୁଣାଣି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଜବାବ ତଲବ କରିଛନ୍ତି । ଆସନ୍ତା ୯ ତାରିଖ ଭିତରେ ଜବାବ ରିଖିବାକୁ ଇଡିରୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଅଦାଲତ । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୨ ତାରିଖ ହେବ ।  

wp:embed {"url":"https://www.prameyanews7.com/bihar-politics-16-congress-mlas-shift-to-hyderabad/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bihar-politics-16-congress-mlas-shift-to-hyderabad/
/wp:embed

ଜାମି ଦୁର୍ନୀତି ସମ୍ପର୍କୀତ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଛି । ଏହାକୁ ବିରୋଧ କରି ହେମନ୍ତ ସୋରେନ୍ ପ୍ରଥମେ ରାଞ୍ଚି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପରେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଥିଲେ । ତେବେ ସର୍ବୋଚ୍ଚ ଅଦାଲତ ମାମଲାର ଶୁଣାଣି କରିବାକୁ ନା କରିବା ସହିତ ହାଇକୋର୍ଟ ଦ୍ବାରସ୍ଥ ହେବାକୁ ପରାମର୍ଶ ଦେଇଥିଲେ । ତେବେ ରାଞ୍ଚି ହାଇକୋର୍ଟ  ହେମନ୍ତ ସୋରେନଙ୍କ ଚ୍ୟାଲେଞ୍ଜ ଆବେଦନର ଶୁଣାଣି କରି ଜବାବ ତଲବ କରିଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.