ଝାଡଖଣ୍ଡ: ପୁରୁଣା ପେନସନ ଯୋଜନାରେ ହେବ କର୍ମଚାରୀଙ୍କ ନୂଆ ନିଯୁକ୍ତି, ଜାରି ହେଲା ଅଧିସୂଚନା

Published By : Prameya-News7 Bureau | September 21, 2022 IST

ରାଞ୍ଚୀ ୨୧।୯:  ଝାଡ଼ଖଣ୍ଡ ସରକାର ତାଙ୍କ କର୍ମଚାରୀଙ୍କୁ ନୂଆ ଓ ପୂରୁଣା ପେନସନ୍‌ ଯୋଜନା ଚୟନ କରିବାକୁ ବିକଳ୍ପ ଦେଇଛନ୍ତି। ୧୫ ନଭେମ୍ବର ୨୦୨୨ ସୁଦ୍ଧା କର୍ମଚାରୀ ବିକଳ୍ପ ଚୟନ କରିପାରିବେ। ଏଥିଲାଗି କର୍ମଚାରୀଙ୍କୁ ଶପଥପତ୍ର ଦାଖଲ କରିବାକୁ ହେବ। ଏ ନେଇ ସରକାରଙ୍କ ପକ୍ଷରୁ ବୁଧବାର ଅଧିସୂଚନା ଜାରି ହୋଇଛି।

ରାଜ୍ୟ ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ଅଧିସୂଚନାରେ ୧ ସେପ୍ଟେମ୍ବର ୨୦୨୨ରୁ ଯେଉଁ ନୂଆ ନିଯୁକ୍ତି ହେବ ଏଥିରେ ଲୋକଙ୍କୁ ପୁରୁଣା ପେନସନ ସ୍କିମର ଲାଭ ଦିଆଯିବ ବୋଲି କୁହାଯାଇଛି। ଅର୍ଥମନ୍ତ୍ରାଳୟଙ୍କ ଅଧିସୂଚନାରେ ୧ ଡିସେମ୍ବର ୨୦୦୪ରୁ ୩୧ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ନୂଆ ଅଂଶଦାୟୀ ପେନସନ ଯୋଜନା ( ନ୍ୟୁ କଣ୍ଟ୍ରିବ୍ୟୁଟାରୀ ପେନସନ ସ୍କିମ୍‌) ରେ ନିଯୁକ୍ତ କର୍ମଚାରୀ ଏକ ଶପଥପତ୍ର ଜମା କରି ପୁରୁଣା ପେନସନ ଯୋଜନା (ଓପିଏସ୍) ବିକଳ୍ପ ବାଛିପାରିବେ।

{"id":686887,"width":841,"height":526,"sizeSlug":"full","linkDestination":"none"}

ଯଦି କେହି ନୂଆ ପେନସନ୍‌ ସ୍କିମରେ ରହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ମଧ୍ୟ ଶପଥପତ୍ର ଦାଖଲ କରିବାକୁ ହେବ। ପୁରୁଣା ପେନସନ ଯୋଜନାକୁ ବିକଳ୍ପ ବାଛୁଥିବା କର୍ମଚାରୀ ଅନୁଲଗ୍ନକ-୧(ଆନେକ୍ସର -୧) ରେ ଶପଥପାଠ କରିବାକୁ ହେବ। ସେହିପରି ଯେଉଁମାନେ ନୂଆ ପେନସନ ସ୍କିମ୍‌ରେ କାମ କରିବାକୁ ଆଗ୍ରହୀ ସେମାନେ ଆନେକ୍ସର-୨ରେ ଶପଥପତ୍ର ଦାଖଲ କରିବେ।

ପୁରୁଣା ପେନସନ ଯୋଜନା ବିକଳ୍ପ ବାଛୁଥିବା କର୍ମଚାରୀଙ୍କୁ ଏମ୍ପ୍ଲଇ ପୋର୍ଟାଲରେ ଲଗଇନ କରି ଶପଥ ପତ୍ର ଲାଗି ଆନେକ୍ସର-୧ ଡାଉନଲୋଡ କରିବାକୁ ହେବ। ଏହି ଶପଥ ପତ୍ର ଅନୁରୂପ ଏକ ଶପଥପତ୍ର ତିଆରି କରି ଏମ୍ପ୍ଲଇ ପୋର୍ଟାଲରେ ଅପଲୋଡ କରିବାକୁ ହେବ। ମୂଳ ନକଲକୁ ଭବିଷ୍ୟନିଧି ନିର୍ଦ୍ଦେଶାଳୟ ନୋଡାଲ ଅଧିକାରୀଙ୍କ ନିକଟରେ ଜମା କରିବାକୁ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.