ହେମନ୍ତ ସୋରେନଙ୍କ ପାଲଟା ଜବାବ ! ରଘୁବର ସରକାରର ୫ ମନ୍ତ୍ରୀଙ୍କ ବିରୋଧରେ ଏସିବି ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | November 14, 2022 IST

ନୂଆଦିଲ୍ଲୀ: ଝାଡଖଣ୍ଡ ରାଜନୀତି ଏବେ ବେଶ ସରଗରମ ରହିଛି । ଏହାରି ଭିତରେ ଝାଡ଼ଖଣ୍ଡର ପୂର୍ବତନ ବିଜେପି ସରକାରର ୫ ମନ୍ତ୍ରୀଙ୍କ ବିରୋଧରେ ଏସିବି ତଦନ୍ତ ପାଇଁ ହେମନ୍ତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ଚିଠିରେ ଏହି ସୂଚନା ଦିଆଯାଇଛି । ବିଧାୟକ ଉମର ବାଉରୀ, ସାରଠ ବିଧାୟକ ରମଧୀର ସିଂ, ପୂର୍ବତନ ଶିକ୍ଷା ମନ୍ତ୍ରୀ ନୀରା ଯାଦବ, ଦୁମକାର ପୂର୍ବତନ ବିଧାୟକ ଲୁଇସ ମାର୍ଣ୍ଡି ଏବଂ ବିଧାୟକ ନୀଳକଣ୍ଠ ସିଂ ମୁଣ୍ଡଙ୍କ ବିରୋଧରେ ଏସିବି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏମାନଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତ୍ତି ମାମଲାରେ ପିଆଇ ରୁଜୁ କରାଯିବ।

ଚିଠି ଅନୁସାରେ, ଦୁର୍ନୀତି ନିବାରଣ ବ୍ୟୁରୋ ଏହି ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗକୁ ମୋହର ମାରିଛି। ଏହାପରେ ୫ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ପିଆଇ(ପ୍ରଥାମିକ ତଦନ୍ତ) ରୁଜୁ କରିବା ପାଇଁ ମଞ୍ଜୁରୀ ଲୋଡିଥିଲେ । ଏବେ ଏହି ମାମଲାରେ ଆଗକୁ ବଢିବା ପାଇଁ ହେମନ୍ତ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.