ଝାଡଖଣ୍ଡରେ ଏବେ ସରକାରୀ ଚାକିରୀରେ ୭୭ ପ୍ରତିଶତ ସଂରକ୍ଷଣ, ସିଏମ ସୋରେନ କହିଲେ-ଲୋକଙ୍କ 'ସୁରକ୍ଷା କବଚ'

Published By : Prameya-News7 Bureau | November 11, 2022 IST

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାରେ ସଂରକ୍ଷଣକୁ ବଢାଇ ୭୭ ପ୍ରତିଶତ କରିବା ନେଇ ଏକ ବିଧେୟକ ଶୁକ୍ରବାର ପାରିତ ହୋଇଛି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଝାଡଖଣ୍ଡ ପଦ ଏବଂ ସେବାରେ ଭର୍ତ୍ତିରେ ସଂରକ୍ଷଣ ଅଧିନିୟମ ୨୦୦୧କୁ ସଂଶୋଧନ କରାଯାଇଛି । ଏହାସହ ଏସସି,ଏସଟି, ଇବିସି, ଓବିସି ଏବଂ ଆର୍ଥିକ ରୂପେ ଦୁର୍ବଳ(ଇଡବ୍ଲୁଏସ) ପାଇଁ ସରକାରୀ ନିଯୁକ୍ତିରେ ସଂରକ୍ଷଣକୁ 60 ପ୍ରତିଶତରୁ ବଢାଇ ୭୭ ପ୍ରତିଶତ କରାଯାଇଛି ।

ବିଧେୟକ ଅନୁସାରେ, ରାଜ୍ୟ ସମ୍ୱିଧାନର ନବମ ସୂଚୀରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ କରିବେ । ପ୍ରସ୍ତାବିତ ସଂରକ୍ଷଣରେ ଅନୁସୂଚୀତ ଜାତିର ସ୍ଥାନୀୟ ଲୋକଙ୍କୁ ୧୨ ପ୍ରତିଶତ କୋଟା ମିଳିବ । ଅନୁସୂଚୀତ ଜନଜାତିକୁ ୨୮ ପ୍ରତିଶତ ସଂରକ୍ଷଣ ଲାଭ ମିଳିବ । ଅତି ପଛୁଆ ବର୍ଗକୁ ୧୫, ଓବିସିଙ୍କୁ ୧୨ ଏବଂ ଆର୍ଥିକ ରୂପେ ଦୁର୍ବଳକୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ।

ବର୍ତ୍ତମାନ ସମୟରେ ଝାଡଖଣ୍ଡରେ ଅନୁସୂଚୀତ ଜନଜାତିକୁ ୨୬ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ସେହିପରି ଅନୁସୂଚୀତ ଜାତି ପାଇଁ ୧୦ ପ୍ରତିଶତ କୋଟା ରହିଛି । ଓବିସି ପାଇଁ ୧୪ ପ୍ରତିଶତ କୋଟା ଧାର୍ଯ୍ୟ ରହିଛି । ୨୦୧୯ ବିଧାନସଭା ନିର୍ବାଚନରେ ରାଜ୍ୟରେ କ୍ଷମତାରେ ଥିବା ଜେଏମଏମ, କଂଗ୍ରେସ ଏବଂ ଆରଜେଡି ସହ ସବୁ ପ୍ରମୁଖ ଦଳ ସଂରକ୍ଷଣକୁ ବଢାଇବା ନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଲକୁ ଲୋକଙ୍କ ସୁରକ୍ଷା କବଚ ବୋଲି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.