ଝାଡ଼ଖଣ୍ଡ ପାଇଁ ଏନଡିଏର ଆସନ ବୁଝାମଣା ଶେଷ, ୬୮ ଆସନରେ ଲଢିବ ବିଜେପି

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏରେ ସିଟ୍ ବୁଝାମଣା ଶେଷ ହୋଇଛି । ଆସନ ବୁଝାମଣା ଅନୁସାରେ ବିଜେପି ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢିବ । ସେହିପରି ଆଜସୁ ୧୦, ଜେଡିୟୁ ୨ ଏବଂ ଏଲଜେପି (ଆର)କୁ ଗୋଟିଏ ଆସନ ଦିଆଯାଇଛି । ଝାଡ଼ଖଣ୍ଡ ବିଜେପି ପାଇଁ ନିର୍ବାଚନ ସହ-ପ୍ରଭାରୀ ଏବଂ ଆସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ସୂଚନା ଦେଇଛନ୍ତି । ସେହିପରି ଶିବରାଜ ସିଂହ କହିଛନ୍ତି ଯେ ଜେଡିୟୁ-ଆଜସୁ ଏବଂ ଏଲଜେପି (ଆର) ସହ ମିଶି ବିଜେପି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲଢିବ । ଆସନ ବୁଝାମଣା ଶେଷ ହୋଇଛି ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ୱର ୧୩ରେ ପ୍ରଥମ ଏବଂ ନଭେମ୍ୱର ୨୦ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ପ୍ରଥମ ପର୍ଯ୍ୟାୟରେ ୪୩ ବିଧାନସଭା ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୮ ସିଟ୍ ପାଇଁ ମତଦାନ ହେବ । ଝାଡ଼ଖଣ୍ଡରେ ଏନଡିଏର ମୁକାବିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସହ ହେବ । ଏଥିରେ ଜେଏମ୍‌ଏମ୍, କଂଗ୍ରେସ ଏବଂ ଆରଜେଡି ସାମିଲ ରହିଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.