oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଝରାଫୁଲ ମୃତ୍ୟୁ ମାମଲା: ଫାଷ୍ଟଫୁଡ୍‌ରୁ ବେଡରୁମ୍‌ ଯାଏଁ ଡେମୋ ଦେଖାଇଲା ରାକେଶ, ହେଲେ ବି ଖିଅ ପାଉନି ପୋଲିସ

3/02/2021 at 6:59 PM

ଭୁବନେଶ୍ୱର ୦୩/୦୨ : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାର ଖିଅ ଖୋଜିବା ପାଇଁ ଭୁବନେଶ୍ବରରେ ଯାଜପୁର ପୋଲିସ । ସାଥୀରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କୁ ଆଣି ଜେରା କରାଯାଇଛି। ଅଧିକ ଖୋଳତାଡ଼ ପାଇଁ ରାକେଶକୁ ଧରି ଧର୍ମବିହାର ଗେଷ୍ଟହାଉସରେ ପୋଲିସ ତନାଘନା କରିଛି। ରାକେଶକୁ ଧରି କ୍ରାଇମ ସିନ ରିକ୍ରିଏସନ କରାଯାଇଥିଲା । ଗେଷ୍ଟ ହାଉସରୁ ତଦନ୍ତକାରୀ ଟିମ୍ ଅନେକ ତଥ୍ୟ ପାଇଥିବା ବେଳେ କାଲି ରାକେଶର ରିମାଣ୍ଡ ଅବଧି ସରୁଛି ।

କ୍ରାଇମ୍ ସିନ୍ ରିକ୍ରିଏଟ୍। ଡେମୋ ଦେଖାଇଲା ଅଭିଯୁକ୍ତ ରାକେଶ । ଝରାଫୁଲ ମୃତ୍ୟୁ ରହସ୍ୟ ଘଟଣାରେ ଝରାଫୁଲଙ୍କ ବଏଫ୍ରେଣ୍ଡ ତଥା ଅଭିଯୁକ୍ତ ରାକେଶ ସ୍ବାଇଁକୁ ଯାଜପୁରରୁ ଭୁବନେଶ୍ବର ଆଣି ଡେମୋ କରାଇଛି ଯାଜପୁର ପୋଲିସ । ବାଣୀବିହାର ଠାରୁ ଆରମ୍ଭ କରି ଫାଷ୍ଟଫୁଡ୍ ଦୋକାନ ଓ ଶିବସାଇ ଗେଷ୍ଟ ହାଉସରେ ପୋଲିସ ଡେମୋ କରାଇଛି । ବାଣୀବିହାର ଛକରୁ ଝରାଫୁଲଙ୍କୁ କେଉଁ କେଉଁ ସ୍ଥାନକୁ ନେଇ ବୁଲାଇଥିଲା ରାକେଶ । ଯେଉଁ ଫାଷ୍ଟପୁଡ୍ ଦୋକାନରେ ଉଭୟ ବିରିଆନି ଖାଇଥିଲେ ସେହି ସ୍ଥାନକୁ ପୋଲିସ ରାକେଶକୁ ନେଇ ଡେମୋ କରାଇଥିଲା । ସେହିଭଳି ଶିବସାଇ ଗେଷ୍ଟ ହାଉସ୍ ଯେଉଁଠାରେ ଉଭୟ ରାତିରେ ରହିଥିଲେ ଏବଂ ଝରାଫୁଲଙ୍କ ଦେହ ଖରାପ ହୋଇଥିଲା ସେଠାରେ ବି ଅଭିଯୁକ୍ତ ରାକେଶକୁ ନେଇଥିଲା ପୋଲିସ । ଝରାଫୁଲ ଓ ରାକେଶ ରହିଥିବା ୨୦୧ ନମ୍ବର ରୁମରେ ଦ୍ବିତୀୟ ଥର ପାଇଁ ଯାଜପୁର ପୋଲିସ ତନ୍ନତନ୍ନ କରି ଅନୁସନ୍ଧାନ କରିଛି । ବେଡ ରୁମରେ ଥିବା ବେଡସିଟ୍ ଠାରୁ ଆରମ୍ଭ କରି, ବାଥରୁମ୍, ଡଷ୍ଟବିନ୍ରୁ ମିଳିଥିବା ସାମଗ୍ରୀକୁ ପୁଣିଥରେ ଯାଞ୍ଚ କରାଯାଇଛି । ଗେଷ୍ଟ ହାଉସର କେୟାର ଟେକର ପୋଲିସ ଅନୁସନ୍ଧାନ ପରେ ସବୁ ଖୁଲାସା କରିବେ ବୋଲି କହିଛନ୍ତି ।

ଏବେବି ଝରାଫୁଲଙ୍କ ମୃତ୍ୟୁ, ରହସ୍ୟ ମଧ୍ୟରେ ରହିଛି । କାରଣ ଝରାଫୁଲଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାର ପତ୍ତା ପାଉନାହିଁ ଯାଜପୁର ପୋଲିସ । ପୋଷ୍ଟମର୍ଟମ୍‌ ରିପୋର୍ଟ କି ଭିସେରା ରିପୋର୍ଟ ଆସିନାହିଁ ।  ଗତକାଲି କୁଆଖିଆ ଥାନାରେ ରାକେଶକୁ ମାରାଥନ ଜେରା କରାଯାଇଥିଲା। ଝରାଫୁଲର ବାପାଙ୍କୁ ଆଣି ରାକେଶକୁ ସାମ୍ନାରେ ବସାଇ ମଧ୍ୟ ଜେରା କରିଥିଲା ପୋଲିସ। ଏହାପରେ ଝରାଫୁଲର ଶବ ପଡ଼ିଥିବା ସ୍ଥାନକୁ ରାକେଶକୁ ନେଇ ‌ପୋଲିସ ଅନୁସନ୍ଧାନ କରିଥିଲା। ଝରାପୁଲଙ୍କ ମୃତ୍ୟୁ କେମିତି ହେଲା ତାର ରହସ୍ୟ ଖୋଲିବାକୁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛି ପୋଲିସ ।  ରାକେଶକୁ ଭୁବନେଶ୍ବର ଆଣି ଡେମୋ ପରେ ସତରେ କଣ ଝରାପୁଲଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟିବ । ପୋଲିସ ଉପରେ ଭରସା ରଖିଥିବା ଝରାପୁଲଙ୍କ ପରିବାର ଲୋକେ ସତରେ ନ୍ୟାୟ ପାଇବେ ତ ?

ଏବେବି ରାକେଶ ସହିତ ଥିବା ତାର ସହଯୋଗୀ ଧରାପଡ଼ିନାହିଁ । ଯେଉଁ ସ୍କୁଟରରେ ଝରାଫୁଲକୁ ନେଇ ଯାଜପୁରରେ ଫିଙ୍ଗିଥିଲେ ଏବେବି ସେହି ସ୍କୁଟର ପୋଲିସ ହାତରେ ଲାଗିନାହିଁ । ଝରାଫୁଲଙ୍କ ମୋବାଇଲ୍ ପୋଲିସ ଜବତ କରିପାରିନାହିଁ । ସେପଟେ  ଆସନ୍ତାକାଲି ରାକେଶର ରିମାଣ୍ଡ ଅବଧି ସରୁଛି । ପୋଲିସ ଏହି ରିମାଣ୍ଡ ବେଳେ ଆବଶ୍ୟକ ତଥ୍ୟ  ପ୍ରମାଣ ପାଇଛି ନା ପୁଣି ରାକେଶଙ୍କୁ ରିମାଣ୍ଡରେ ଆଣି ତଦନ୍ତକୁ ଆଗକୁ ବଢାଇବ ତାହା ଉପରେ ନଜର ରହିଛି ।  

   Related Posts