ବାପାଙ୍କ ବିରୋଧରେ ସାକ୍ଷୀ ଦେଲା ୭ବର୍ଷର ପୁଅ, ୧୦ବର୍ଷର ସଶ୍ରମ କାରଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | December 01, 2022 IST

ଲକ୍ଷ୍ନୌ: ହାତ୍ୟା ମାମଲାରେ ସାକ୍ଷୀ ହେଲା ସାତ ବର୍ଷର ଶିଶୁ । ମାଆଙ୍କ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ଭାବେ ବାପା ବିରୋଧରେ କୋର୍ଟରେ ସାକ୍ଷୀ ଦେଇଛି କୁନି ପୁଅ । ୭ ବର୍ଷୀୟ ସାକ୍ଷୀର ବୟାନକୁ ତର୍ଜମା କରି ଝାନ୍‌ସୀ ଜିଲ୍ଲା ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ୨୦୨୦ ଫେବ୍ରୁଆରୀ ମାସରେ ଉତ୍ତର ପ୍ରଦେଶ ଝାନ୍‌ସୀ ଜିଲ୍ଲାର କରଗୁଓ୍ବା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ପୁନମଙ୍କୁ ତାଙ୍କ ଶ୍ବଶୁର ଘରଲୋକ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ସ୍ବାମୀ ରାକେଶଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଯାଞ୍ଚ ପରେ ରାକେଶଙ୍କ ବିରୋଧରେ ଚାର୍ଚ୍ଚସିଟ୍ ଦାଖଲ ହୋଇଥିଲା । ଏହି ମାମଲାରେ ରାକେଶଙ୍କ ୭ ବର୍ଷର ପୁଅ ଏକମାତ୍ର ସାକ୍ଷୀ ଥିଲେ । ଝାନ୍‌ସୀ ଜିଲ୍ଲା ଅଦାଲତ ନାବାଳକା ବୟାନକୁ ଶୁଣି ରାୟ ପ୍ରକାଶ କରିଛନ୍ତି।

ବାପାଙ୍କ ବିରୋଧରେ ସାକ୍ଷୀ ଦେଇଥିଲା କୁନି ପୁଅ । ମାଆ ପୁନମଙ୍କୁ ବାପା ମାଡ଼ ମାରିଥିଲେ । ମାଆଙ୍କ ମୁହଁରେ ରକ୍ତ ବାହାରିଥିଲା । ମାଆ ପାଟି କରି ଚିତ୍କାର କରିଥିଲେ ମଧ୍ୟ କେହି ସୁରକ୍ଷା ଦେଇନଥିଲେ । ପରେ ମାଆଙ୍କର ମୃତ୍ୟୁ ହୋଇଥିଲା ବୋଲି କୋର୍ଟଙ୍କୁ କହିଥିଲା ୭ବର୍ଷର କୁନି ପୁଅ । ବିପକ୍ଷ ଓକିଲଙ୍କ ବାରମ୍ବାର ପ୍ରଶ୍ନ କରିଥିଲେ ମଧ୍ୟ ସବୁବେଳେ ସମାନ ଉତ୍ତର ଦେଇଥିଲା କୁନି ପୁଅ । ପ୍ରତ୍ୟକ୍ଷଦର୍ଶୀ ତଥା ନାବାଳକର ବୟାନକୁ ଆଧାର କରି ରାକେଶଙ୍କୁ କୋର୍ଟ ଦୋଷୀ ମାନିବା ସହିତ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମନା ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.