ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଝାଙ୍କରି ଜମି ବିକ୍ରି ପ୍ରତିବାଦରେ ବିର୍ସାମୁଣ୍ଡା ଆଦିବାସୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ, କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ

14/12/2021 at 2:17 PM

କଂଟାବାଞ୍ଜି ୧୪/୧୨: କଂଟାବାଞ୍ଜି ଅତିରିକ୍ତ ତହସିଲଦାରଙ୍କୁ ଝାଙ୍କରି ଦେବୋତ୍ତର ଜମି ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ଦାବି ପତ୍ର ମଧ୍ୟ ପ୍ରଦାନ କରାଯଇଛି । ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ସଭାପତି କିଶୋର ଶବରଙ୍କ ନେତୃତ୍ୟରେ ସଂଘ ସଦସ୍ୟ ମାନେ ତହସିଲ ଅଫିସ ପହଂଚି ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆଙ୍କୁ ସାକ୍ଷାତ କରିଥିଲେ ।

ମାମଲା ଉପରେ ଦୃଷ୍ଟି ଦେବା ସହ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଝାଙ୍କରି ଜମି ଆଦିବାସି ମାନେ ତାଙ୍କ ପୁର୍ବ ପୁରୁଷ ଅମଳରୁ ଚାଷ ପାଇଁ ବ୍ୟବହାର କରୁଥିବା ବେଳେ ବର୍ତମାନ ସମୟରେ କିଛି ଜମି ମାଫିଆ ଟଙ୍କା ଲୋଭ ଦେଖାଇ ମୁଲ୍ୟବାନ ଜମିକୁ ହାତେଇବାକୁ ଚେଷ୍ଟା କରି କ୍ରୟ କରୁଛନ୍ତି । ତେବେ ଯଦି ୧ ମାସ ଭିତରେ ପ୍ରଶାସନ କୌଣସି ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ସଂଘ ପକ୍ଷରୁ ତହସିଲ ଅଫିସ ଘେରାଓ କରାଯିବ ବୋଲି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ।

   Related Posts