Jhalak Dikhla Jaa-10ର ଧମାକାଦାର ପ୍ରୋମୋ ରିଲିଜ୍‌, ସାମ୍ନାକୁ ଆସିଲେ ପ୍ରତିଯୋଗୀ

Published By : Prameya-News7 Bureau | August 08, 2022 IST

ମୁମ୍ବାଇ ୦୮।୦୮: ଲୋକପ୍ରିୟ ଡ୍ୟାନ୍ସ ରିଅଲିଟି ଶୋ ‘ଝଲକ୍ ଦିଖଲା ଜା' । ଖୁବ୍ ଶୀଘ୍ର ସିଜନ-୧୦ ସହିତ ଛୋଟ ପରଦାକୁ ଫେରୁଛି। ଶୋ’ର ନିର୍ମାତାମାନେ ଏହାର ପ୍ରୋମୋ ରିଲିଜ୍ କରିଛନ୍ତି । ପ୍ରୋମୋରେ, ପ୍ରତିଯୋଗୀମାନେ ସେମାନଙ୍କର ପରିଚୟକୁ ଏକ ମଜାଳିଆ ଢଙ୍ଗରେ ଦେଉଥିବାର ଦେଖିବାକୁ ମିଳିଛି। 'ଝଲକ ଦିଖଲା ଜା'ର ୧୦ ସିଜନ୍ କଲର୍ସ ଟିଭିରେ ଦେଖିବାକୁ ମିଳିବ।

wp:html
/wp:html

ଖବର ଅନୁଯାୟୀ, ଏହାର ପ୍ରଥମ ଏପିସୋଡ୍ ଅଗଷ୍ଟ ଶେଷ ସପ୍ତାହରେ ପ୍ରସାରିତ ହେବ। କହିବାକୁ ଗଲେ ଦୀର୍ଘ-୫ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଛି। ତେବେ ପ୍ରୋମୋରେ କ’ଣ ଅଛି ସ୍ୱତନ୍ତ୍ର । ପାରସ୍ ହିପ୍-ହପ୍ କରୁଥିବାବେଳେ ଶିଳ୍ପା ସିନ୍ଦେ ତାଙ୍କ ପ୍ରସିଦ୍ଧ ବୋହୂ ଅବତାରରେ ନଜର ଆସିଛନ୍ତି। ଧୀରଜ ଧୋପର ଫ୍ରିଷ୍ଟାଇଲ କରୁଥିବାବେଳେ ନିଆ ତାଙ୍କ ହଟ ଏବଂ ବୋଲ୍ଡ ଅବତାରରେ ନଜର ଆସିଛନ୍ତି।

wp:html
/wp:html wp:html
/wp:html

ପ୍ରୋମୋ ସେୟାର କରି ପ୍ରତିଯୋଗୀଙ୍କ ନାମରେ ପରଦା ଦେଖାଇଛନ୍ତି । ନୂଆ ପ୍ରୋମୋରେ ଶିଳ୍ପା ସିନ୍ଦେ, ଧୀରଜ ଧୋପର, ନିଆ ଶର୍ମା ଏବଂ ପାରାସଙ୍କୁ ଦେଖିବାକୁ ମିଳିଛି। କହିବାକୁ ଗଲେ ଶୋ’ରେ ମାଧୁରୀ ଦୀକ୍ଷିତ, କରଣ ଜୋହର ଏବଂ ନୋରା ଫତେହିଙ୍କୁ ଜଜ୍‌ ଭାବରେ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.