‘JDJ-10’ର ୱିନର ହେଲେ ଗୁଞ୍ଜନ ସିହ୍ନା, ଟ୍ରଫି ସହ ହାତେଇଲେ ଏତିକି ଲକ୍ଷ ଟଙ୍କା

Published By : Prameya-News7 Bureau | November 28, 2022 IST

ମୁମ୍ଵାଇ ୨୮।୧୧: ପପୁଲାର ଡ୍ୟାନ୍ସ ରିଆଲିଟି ଶୋ 'ଝଲକ ଦିଖଲା ଜା-୧୦' । ରବିବାର ଅର୍ଥାତ୍‌ ଗତକାଲି ଏହି ଶୋ’ର ଫାଇନାଲ ରାଉଣ୍ଡ ଥିଲା। ବିଜେତା ଗୁଞ୍ଜନ ସିହ୍ନା ଏବଂ ତେଜସ୍ ବର୍ମା ସୋ’ର ଟାଇଟଲ୍ ପାଇଛନ୍ତି। ଏହି ଯୋଡି 'ଝଲକ ଦିଖଲା ଜା ୧୦'ରେ ବହୁତ ଭଲ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶୋ’ରେ ଫାଇନାଲିଷ୍ଟମାନେ ଥିଲେ ରୁବିନା ଦିଲାଇକ, ଶ୍ରୀତି ଝା, ନିଶାନ୍ତ ଭଟ୍ଟ, ଫୈସଲ ଶେଖ ଏବଂ ଗଶ୍ମୀର ମହାଜନୀ। ଏସମସ୍ତଙ୍କୁ ପଛରେ ପକାଇ ଶୋ’ର ୱିନର ହେଲେ ଗୁଞ୍ଜନ ସିହ୍ନା।

wp:html
/wp:html

ଗୁଞ୍ଜନ ସିହ୍ନା ଏବଂ ତେଜସ୍ ବର୍ମା ଖୁବ୍ କମ୍ ବୟସରେ ରିଅଲିଟି ଶୋ ଜିତିଛନ୍ତି। ଏହା ପୂର୍ବରୁ ସୋସିଆଲ ମିଡିଆରେ ଏନେଇ ଖୁବ୍‌ ଆଲୋଚନା ହୋଇସାରିଛି। ଶୋ ’ରେ ଗୁଞ୍ଜନଙ୍କୁ ଟ୍ରଫି ସହିତ ତେଜଙ୍କୁ ୨୦ ଲକ୍ଷ ଟଙ୍କା ମିଳିଥିଲା। ରୁବିନା-ଫୈସଲ ପ୍ରଥମ ଏବଂ ଦ୍ଵିତୀୟ ରନର୍ସଅପ୍‌ ହୋଇଥିଲେ। ୮ବର୍ଷ ଗୁଞ୍ଜନ ଗୁଆହାଟୀରେ ଜନ୍ମ। ଖୁବ୍ କମ୍ ବୟସରେ ଗୁଞ୍ଜନ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଝଲକ ଦିଖଲା ଜା ପୂର୍ବରୁ ଗୁଞ୍ଜନ ଡ୍ୟାନ୍ସ ଦିୱାନରେ ନଜର ଆସିଥିଲେ।

ଉଲ୍ଲେଖନୀୟ କଥା ହେଉଛି, ଏହି ଶୋ’କୁ କରଣ ଜୋହର, ମାଧୁରୀ ଦୀକ୍ଷିତ ଏବଂ ନୋରା ଫତେହି ଜଜ କରିଥିଲେ। ଏବଂ ଶୋ’ର ହୋଷ୍ଟ ଥିଲେ ମନୀଷ ପଲ୍। ଶୋ’ର ଫାଇନାଲ୍ ରାଉଣ୍ଡରେ ଭେଡିଆ ଷ୍ଟାରକାଷ୍ଟ ମଧ୍ୟ ପ୍ରମୋସନ୍‌ରେ ଆସିଥିଲେ।  ଜଜ୍ ପ୍ୟାନେଲରେ ବରୁଣ ଧାୱନ ଏବଂ କ୍ରିତି ସାନନ୍ ମଧ୍ୟ ଯୋଗ ଦେଇଥିଲେ ଏହାର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.