କାଶୀପୁର ପରେ ଲକ୍ଷ୍ମୀପୁରରେ ବ୍ୟାପିଲା ଝାଡାବାନ୍ତି, ଜଣେ ମୃତ ଓ ଜଣେ ଆକ୍ରାନ୍ତ

Published By : Prameya-News7 Bureau | August 06, 2022 IST

କୋରାପୁଟ ୦୬/୦୮: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଝାଡାବାନ୍ତି ନେଲା ମୁଣ୍ଡ । ଡାକ୍ତରଖାନାରେ ଆଜି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକ ହେଲେ ପିପଳ ପଦର ପଞ୍ଚାୟତ ଅନ୍ତର୍ଗତ ମୁସପାଲି ଗ୍ରାମର ଅପା କୁଲେସିକା । ଶୁକ୍ରବାର ରାତିରେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ପାଖରେ ଥିବା କେସ୍କାପାଡି ପ୍ରାଥମିକ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତି କରାଇଥିଲେ ।

ସେଠାରୁ ଚିକିତ୍ସା କରୁଥିବା ଡାକ୍ତର ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ନେବାକୁ ପରାମର୍ଶ ଦେଇଥିଲେ । ହେଲେ ଗ୍ରାମଟି ଲକ୍ଷ୍ମୀପୁର ଠାରୁ ୨୫ କିଲୋମିଟର ଦୁର ହେଇଥବା ବେଳେ ରାତିରେ ଯାନବାହାନର କୌଣସି ସୁବିଧା ନମିଳିବାରୁ ସକାଳ ୯ଟାରେ ଲକ୍ଷ୍ମୀପୁର ଡାକ୍ତରଖାନାରେ ପରିବାର ସଦସ୍ୟ ଭର୍ତି କରିଥିଲେ। ସେଠାରେ ସାଲାଇନ ଦେବା ପୁର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଶୋକାକୁଳ ପରିବେଶ ମଧ୍ୟରେ ପରିବାର ଲୋକେ ମରଶରିର ଧରି ନିଜ ଗାଁକୁ ଫେରିଥିଲେ । ମୁସପାଲି ଗାଁରେ ଆହୁରି କେହି ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ଜଣାପଡିନ ଥିବା ବେଳେ ଓଡିଆ ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଗୁଡା ଗ୍ରାମର ଉଆଁସୁ କାସି । ଲକ୍ଷ୍ମୀପୁର ଡାକ୍ତରଖାନାରେ ଝାଡାବାନ୍ତି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।

ଏଥିସହ କୁମ୍ଭାରଗୁଡା ଗ୍ରାମରେ ବର୍ତ୍ତମାନ କିଛି ଆକ୍ରାନ୍ତ ଥିବା ବେଳେ କିଛି ମେଡିସିନ୍ ଖାଇ ଭଲ ହେଇଥିବା ଜଣା ପଡିଛି । ଗାଁଗାଁରେ ଏବେଠାରୁ ଡାକ୍ତରୀ ଦଳ ପହଁଚି ଚିକିତ୍ସା ଆରମ୍ଭ କରିବା ନିହାତି ଦରକାର ହୋଇପଡିଛି । ନଚେତ ଦଶମନ୍ତପୁର ଓ ଟିକିରି ଭଳି ପରିସ୍ଥିତି ଅଣାଆୟତ ହେବାର ଯଥେଷ୍ଟ ସମ୍ଭାବନାକୁ ଏଡାଇ ଦେଇ ହେବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.