ଲଖନପୁରର ତିନୋଟି ଗାଁରେ ବ୍ୟାପିଲା ଝାଡାବାନ୍ତି, ସ୍ଥିତି ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | August 13, 2022 IST

ଝାରସୁଗୁଡା ୧୩/୦୮: ଝାରସୁଗୁଡା ଜିଲ୍ଲା ଲଖନପୂର ବ୍ଲକର ତିନୋଟି ଗାଁରେ ବ୍ୟାପିଛି ଝାଡାବାନ୍ତି । ଲଖନପୁର ବ୍ଲକର ବାଦିମାଲ ଗ୍ରାମ, ପିଥିଣ୍ଡା ଗ୍ରାମ ଓ ଖୋଲଜାମକାନି ଗ୍ରାମରେ ଏହି ଝାଡାବାନ୍ତି ବ୍ୟାପିଛି । ପିଥିଣ୍ଡା ଗ୍ରାମରେ ଆଜି ସକାଳ ସୁଦ୍ଧା ୫୯ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ବାଦିମାଲ ଗ୍ରାମରେ ୧୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ଗ୍ରାମ ଜଣେ ଯୁବତୀ ପ୍ରିୟଙ୍କା ପଧାନ ଗତ ୧୦ତାରିଖରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଖୋଲଜାମକାନି ଗ୍ରାମରେ ମଧ୍ୟ ଝାଡାବାନ୍ତିରେ ୧୬ ଜଣ ଆକ୍ରାନ୍ତ ହୋଇଥିବା ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବୈକୁଣ୍ଠନାଥ କଶ୍ୟପ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ଜାରି ରହିଥିବାବେଳେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଗ୍ରାମଗୁଡିକୁ ପରିଦର୍ଶନ କରିବେ । ଅନ୍ୟପଟେ ଗତକାଲି ରାଜ୍ୟସ୍ତରୀୟ ଆଇଡିଏସପି ଯୁଗ୍ମ ନିର୍ଦେଶକ ଅଶୋକ କୁମାର ପାଇକ ରାଏ ଏହି ଝାଡାବାନ୍ତି ଆକ୍ରାନ୍ତ ଗ୍ରାମ ଗୁଡିକୁ ଯାଇ ସ୍ଥିତି ପରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.