ଲଖନପୁରରେ ବ୍ୟାପିଲା ଝାଡାବାନ୍ତି, ମେଡିକାଲ କ୍ୟାମ୍ପ କରି ଚିକିତ୍ସା କରୁଛି ସ୍ୱାସ୍ଥ୍ୟ ବିଭାଗ

Published By : Prameya-News7 Bureau | August 12, 2022 IST

ଝାରସୁଗୁଡା ୧୨/୦୮: ଝାରସୁଗୁଡା ଜିଲ୍ଲା ଲଖନପୂର ବ୍ଲକ ଅନ୍ତର୍ଗତ ବାଦିମାଲ ଗ୍ରାମ । ପିଥିଣ୍ଡା ଗ୍ରାମ ଓ ଖୋଲ ଜାମକାନି ଗ୍ରାମରେ ବ୍ୟାପିଛି ଝାଡାବାନ୍ତି । ପିଥିଣ୍ଡା ଗ୍ରାମରେ ୫୨ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବାଦିମାଲ ଗ୍ରାମରେ ୧୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ଗ୍ରାମ ଜଣେ ଯୁବତୀ ପ୍ରିୟଙ୍କା ପଧାନ ଗତ ୧୦ ତାରିଖ ପ୍ରାଣ ହରାଇଛନ୍ତି ।

ଅନ୍ୟପଟେ ଖୋଲଜାମକାନି ଗ୍ରାମରେ ମଧ୍ୟ ଝାଡାବାନ୍ତିରେ ୭ ଜଣ ଆକ୍ରାନ୍ତ ହୋଇଥିବା ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବୈକୁଣ୍ଠନାଥ କଶ୍ୟପ ସୂଚନା ଦେଇଛନ୍ତି । ଆକ୍ରାନ୍ତମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ବାଦିମାଲ ଓ ପିଥିଣ୍ଡା ଗ୍ରାମରେ ମେଡିକାଲ କ୍ୟାମ୍ପ କରିଛି ସ୍ୱାସ୍ଥ୍ୟ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.