ଗାଁରେ ଝାଡ଼ାବାନ୍ତି ଆତଙ୍କ: ୧୫୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ, ଆତଙ୍କିତ ଗ୍ରାମବାସୀ

Published By : Prameya-News7 Bureau | December 12, 2022 IST

କାମାକ୍ଷାନଗର ୧୨/୧୨: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ୧୪ନଂ ଓ୍ବାର୍ଡ ପୁରୁଣାରେ କୁଳା ଗାଁରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ । ୧୦ ରୁ ଅଧିକ ଏବେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବାବେଳେ,୧୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଘରେ ଅଛନ୍ତି ।

ବେଗାଁକୁରାମିଆଳ ନଦୀରୁ ପାଇପ ଯୋଗେ ଆସୁଥିବା ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଝାଡାବାନ୍ତି ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଡାକ୍ତର ମଧ୍ୟ ଦୂଷିତ ପାନୀୟ ଜଳ ଓ ଖାଦ୍ୟ କାରଣରୁ ଏହି ଆକ୍ରାନ୍ତ ବ୍ୟାପିଥିବା କହିଛନ୍ତି ।

ତରଳ ଝାଡା ହେବା ସହ ପେଟକାଟି ବାନ୍ତି ମଧ୍ୟ ହେଉଛି । ଗ୍ରାମବାସୀ ଏକ ପ୍ରକାର ଭୟ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେଆଗାଁକୁ ତୁରନ୍ତ ଡାକ୍ତରୀ ଟିମ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କରିବା ସହ ଝାଡାବାନ୍ତି ବ୍ୟାପିବାର ପ୍ରକୃତ କାରଣ କଣ ଓଏହାର ପ୍ରତିକାର କରିବା ପାଇଁ ଦାବିହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.