ଭୁବନେଶ୍ୱରରୁ ଜୟପୁର ଉଡିଲା ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 31, 2022 IST

ଭୁବନେଶ୍ୱର ୩୧।୧୦ : ଜୟପୁରକୁ ଆରମ୍ଭ ହେଲା ନିୟମିତ ବିମାନ ସେବା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଥମ ବିମାନବନ୍ଦର ଜୟପୁରକୁ ଉଡ଼ିଛି ବିମାନ । ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇଛି ଇଣ୍ଡିଆ ଓ୍ବାନ ଏୟାର ।

ତେବେ ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ । ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୦୪୯ ଟଙ୍କା ରହିଛି, ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ ।

ତେବେ ଭୁବନେଶ୍ୱରରୁ ଜୟପୁର ବିମାନ ଚଳାଚଳ ନେଇ ପରିବହନ ମନ୍ତ୍ରୀ ଟିକୁନି ସାହୁ କହିଛନ୍ତି ଯେ, ଏହାଦ୍ବାରା ଦୁର୍ଗମ ଅଂଚଳକୁ ଯାତାୟତ ସୁବିଧା ହେବ। ବାଣିଜ୍ୟ ,କଳା, ସଂସ୍କୃତି ଏବଂ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଁ ସହଜ ହେବ। ଖୁବ ଶୀଘ୍ର ଵ୍ରହ୍ମପୁର ଓ ଉତକେଲା ପାଇଁ ବାଟ ଫିଟିବ ।

ସେହିପରି ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର କହିଛନ୍ତି, ଏବେ ସପ୍ତାହକୁ ୬ ଦିନ ବିମାନ ଚାଲିବ । ଏହା ପର୍ଯ୍ୟଟନ ଓ ଇକୋ ଟୁରିଜିମ ପାଇଁ ସୁବିଧା ହେବ। ଉତକେଲା ବିମାନ ବନ୍ଦର ଲାଇସେନ୍ସ ପର୍ଯ୍ୟାୟରେ ଅଛି। ନଭେମ୍ବର ୧୫ ସୁଦ୍ଧା ଅନୁମତି ମିଳିଯିବା ଆଶା। ହକି ବିଶ୍ୱ କପ୍ ପୂର୍ବରୁ ରାଉରକେଲାକୁ ବିମାନ ସେବା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.