ଜୟପୁର ଟ୍ରାଜେଡି !୧୪ ଦିନ ପରେ ପଥର ତଳୁ ଉଦ୍ଧାର ହେଲା ଘନଶ୍ୟାମଙ୍କ ମୃତଦେହ
13/06/2018 at 9:43 AM

ଜୟପୁର ପଥର କ୍ୱାରୀରେ ଚାପି ହୋଇ ରହିଥିବା ଘନଶ୍ୟାମଙ୍କ ମୃତଦେହ ୧୪ ଦିନ ପରେ ପଥର ତଳୁ ଉଦ୍ଧାର ହୋଇଛି | ୪ ଦିନ ତଳେ ମୃତଦେହ ଠାବ ହୋଇଥିଲେ ବି ଉଦ୍ଧାର ହୋଇପାରୁନଥିଲା | ପରିବାର ଲୋକଙ୍କ ଅନୁମତି ପରେ ବ୍ଳାଷ୍ଟିଙ୍ଗ କରାଯାଇ ଘନଶ୍ୟାମଙ୍କ ମୃତଦେହ ଉଦ୍ଧାର କରାଯାଇଛି | ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ | ମୃତଦେହ ଉଦ୍ଧାର ହେବାପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି | ହେଲେ ଏବେ ମଧ୍ୟ ଅନ୍ୟତମ ଜେସିବି ଅପରେଟର ସଞ୍ଜୟଙ୍କୁ ଠାବ କରାଯାଇ ପାରିନାହିଁ |