suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିର୍ମାଣର ୪ ବର୍ଷ ନ ପୁରୁଣୁ କାନ୍ଥ ଓ ବିମ୍ ଫାଟି ଆଁ ; ଜୀବନକୁ ବାଜି ଲଗାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

14/04/2018 at 11:45 AM

ବିପଦ ସଂକୁଳ ଅବସ୍ଥାରେ ଜୟପୁର ରଣ୍ଡାପାଲ୍ଲୀସ୍ଥିତ ସରକାରୀ ପଲିଟେକ୍ନିକ୍ କଲେଜ। କଲେଜ କୋଠା ନିର୍ମାଣର ୪ ବର୍ଷ ନପୁରୁଣୁ କ୍ଳାସର କାନ୍ଥ ଓ ବିମ୍ ଫାଟି ଆଁ କଲାଣି।ନିମ୍ନ ମାନର କାମ ଯୋଗୁଁ କଲେଜର ଏପରି ଅବସ୍ଥା ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରି ଆସୁଛନ୍ତି।ହେଲେ ଏଥି ପ୍ରତି କାହାର ନଜର ନାହିଁ।୨ ଦିନ ତଳେ ନିର୍ମାଣଧୀନ କୋଠାର ବିମ୍ ଓ ତାଜା ଖସି ୪ଟି ବାଇକ ଚୁରମାର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ।ଆଉ ଏହି ଅଘଟଣ ପରେ ଏବେ ଚିନ୍ତାରେ ଛାତ୍ରଛାତ୍ରୀ।

କ୍ଳାସ ରୁମର କାନ୍ଥ ଓ ଛାତ ସବୁ ଫାଟି ଆଁ କଲାଣି।ସେହି ଏକାବସ୍ଥା ଛାତ ବିମ୍ ର।ଛାତରୁ ପରସ୍ତରା ଖସୁଥିବାରୁ ବର୍ଷା ହେଲେ ଛାତରୁ ପାଣି ଗଳୁଛି।କେତେ ବେଳେ ବି ଅଘଟଣ ଘଟିପାରେ।ରକ୍ଷଣାବେକ୍ଷଣ ଅଭାବରୁ କ୍ୟାମ୍ପସ ଚାରିପଟେ ଅନାବନା ଗଛରେ ଭରି ହୋଇ ଗଲାଣି।ଏହି କାରଣରୁ ପାଠ ପଢା ଏଠି ବାଧାପ୍ରାପ୍ତ ହେଉଥିବା ବେଳେ ଏବେ ଚିନ୍ତାରେ ଛାତ୍ରଛାତ୍ରୀ।ଏ ଦୃଶ୍ୟ ହେଉଛି ଜୟପୁର ନିକଟସ୍ଥ ରଣ୍ଡାପାଲ୍ଲୀ ସରକାରୀ ପଲିଟେକ୍ନିକ କଲେଜର।କଲେଜ ନିର୍ମାଣକୁ ୪ ବର୍ଷ ନ ପୁରୁଣୁ କଲେଜ କୋଠାର ଏପରି ଅବସ୍ଥା।ନିମ୍ନ ମାନର କାମ ଯୋଗୁଁ କୋଠାର ଏପରି ଅବସ୍ଥା ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରି ଆସୁଛନ୍ତି।ହେଲେ ଏଥି ପ୍ରତି କାହାରି ନଜର ନାହିଁ।୨ ଦିନ ତଳେ ନିର୍ମାଣଧୀନ ଉପର ମହଲା କୋଠାର ବିମ୍ ଓ ତାଜା ଖସି ୪ଟି ବାଇକ ଚୁରମାର ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ।ଏହି ଅଘଟଣ ପରେ କ୍ଳାସ ରୁମରେ ବସି ପାଠ ବଢିବାକୁ ଛାତ୍ରଛାତ୍ରୀ ଭୟ କରୁଥିବା ବେଳେ ଚିନ୍ତାରେ କଲେଜ କତ୍ତୃପକ୍ଷ।

Leave a Reply

   Related Posts