LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସପ୍ତମ ଦିନରେ ଉଦ୍ଧାର କାମ ବନ୍ଦ ; ବାୟୁ ସେନାକୁ ଅପେକ୍ଷା

6/06/2018 at 1:30 PM

ଶେଷରେ ବାୟୁ ସେନା ହିଁ ଭରସା।ଜୟପୁର ରାଣୀଗଡ ଗୁମ୍ମା ପଥର କ୍ବାରୀର ପଥରେ ତଳେ ୭ ଦିନ ହେଲା ଚାପି ହୋଇ ରହି ଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରିବାକୁ ଦିଲ୍ଲୀରୁ ଆସିବ ବାୟୁ ସେନାର ସ୍ବତନ୍ତ୍ର ଟିମ।ବଡ ବଡ ପଥରକୁ ବ୍ଳାଷ୍ଟିଂ କରି ଏମାନଙ୍କୁ ଉଦ୍ଧାର କରାଯିବ।ବାୟୁ ସେନାର ସ୍ବତନ୍ତ୍ର ବୈଷୟିକ ଟିମ ଆଜି ଘଟଣା ସ୍ଥଳ ପରିଦର୍ଶନ କରିଥିବା ବେଳେ ଏ ନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ।ସେପଟେ ଅଘଟଣର ସପ୍ତମ ଦିନରେ ଉଦ୍ଧାର କାର୍ଯ୍ୟ ସଂପୂର୍ଣ୍ନ ବନ୍ଦ ରହିଥିବା ବେଳେ ଘଟଣା ସ୍ଥଳକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି।
ପଥର କିମ୍ବା ମାଟି ତଳେ ଚାପି ହୋଇ ରହିଯାଇଥିବା ଘଟଣାରେ ବଂଚିବାର ସମ୍ଭାବନା ରହୁଥିବାରୁ ବ୍ଳାଷ୍ଟିଂ କରିବାକୁ ଜାତୀୟ ମାନବାଧିକାର କମିଶନ ମନା କରିଛନ୍ତି।କିନ୍ତୁ ଏହି ଅଘଟଣକୁ ୭ ଦିନ ବିତିଯାଇଥିବା ବେଳେ ୨ ଅପରେଟର ବଂଚିବାର ଆଶା ବି କ୍ଷୀଣ।ତେଣୁ ଜୀବିତ ନ ହେଲେ ବି ନିଜ ସଂପର୍କୀୟଙ୍କ ଶବ ପ୍ରଶାସନ ଉଦ୍ଧାର କରି ପାରିଲେ ଶେଷ କୃତ୍ତ୍ୟ ଠିକରେ ସେମାନେ ତୁଲାଇ ପାରିବେ ବୋଲି କହିଛନ୍ତି।ପ୍ରଶାସନ ଉପରେ ପରିବାର ଲୋକଙ୍କ ଆସ୍ଥା ସଂପୂର୍ଣ୍ନ ରୁପେ ତୁଟି ଗଲାଣି।୭ ଦିନ ହେଲା ସେମାନେ ପାହାଡକୁ ଚାହିଁ ଚାହିଁ ଆଖିରୁ ଲୁହ ବି ଶୁଖି ଗଲାଣି। ସେପଟେ କୋରାପୁଟ ଜିଲ୍ଲାପାଳ କହିଛନ୍ତି ଖୁବ ଶୀଘ୍ର ସମସ୍ତଙ୍କୁ ଉଦ୍ଧାର କରାଯିବ।ଏତେ ବଡ ପାହାଡରେ ବଡ ବଡ ପଥର ଖସିଥିବାରୁ ଏଗୁଡିକୁ ହଟାଇ ବାରେ କଷ୍ଟସାଧ୍ୟ ହେଉଥିବା ସେ କହିଛନ୍ତି।

Leave a Reply

   Related Posts