ସୁନା ଦୋକାନରେ ରେଡ୍, ଟ୍ୟାକ୍ସ ପ୍ରଦାନ ଓ ବିଲ୍ ନେଇ ଛାନଭିନ୍

Published By : Prameya-News7 Bureau | January 24, 2023 IST

ବ୍ରହ୍ମପୁର ୨୪/୦୧: ସୁର୍ୟା ହଲମାର୍କର ତିନୋଟି ସୁନା ଦୋକାନରେ ଏକା କାଳୀନ ଚଢ଼ାଉ । ବ୍ରହ୍ମପୁରପ ସିଟି ଏଣ୍ଡ ଜିଏସଟି ଅଧିକାରୀ, ନେତୃତ୍ୱରେ ୯ଜଣିଆ ଏନଫୋର୍ସ ମେଣ୍ଟ ଟିମ୍ ଏହି ଚଢାଉ କରିଛି ।

ଦୋକାନରେ ସୁନା ଷ୍ଟକ୍ ଓ ତତ୍ ପରିମାଣର ଟ୍ୟାକ୍ସ ପ୍ରଦାନ, ଏବଂ ଗ୍ରାହକଙ୍କୁ ଉପଯୁକ୍ତ ବିଲ ପ୍ରଦାନ ହେଉଛି କି ନାହିଁ ଏସବୁ ସଂପର୍କରେ ସମସ୍ତ ତଥ୍ୟକୁ ଟିକିନିଖି ଯାଞ୍ଚ କରାଯାଇଛି । ଜିଏସଟି କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି ତଦନ୍ତ ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ଯାହା ବ୍ୟତିକ୍ରମ ହୋଇଛି ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଏସଟି ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.