ପୋଲିସ୍‌କୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ, କାନ୍ଥ କାଟି ଦୋକାନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା

Published By : Prameya-News7 Bureau | October 19, 2022 IST

କେନ୍ଦୁଝର ୧୯/୧୦: କେନ୍ଦୁଝରରେ ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ । ସହର ମଝିରେ ଥିବା ଏସପିଙ୍କ ଅଫିସ୍ ସମ୍ମୁଖରେ ମାତ୍ର ୧୦ ମିଟର ଦୂରରେ ଥିବା ସାଇରାମ ଜୁଏଲର୍ସରୁ କାନ୍ଥ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ।

ଦୁର୍ବୃତ୍ତମାନେ ସାଇରାମ ଜୁଏଲର୍ସର କାନ୍ଥ କାଟି ଡିସପ୍ଳେରେ ସଜା ହୋଇଥିବା ପ୍ରାୟ ୫୦୦ ଗ୍ରାମ ଓଜନର ସୁନା ଓ ୫ କେଜି ଓଜନର ରୂପା ଗହଣା ଲୁଟି ନେଇଛନ୍ତି । ଆଗକୁ ଧନତରାସ ଥିବାରୁ ଦୋକାନରେ ସୁନା ରୂପାର ଅଳଙ୍କାର ଭର୍ତ୍ତି ହୋଇରହିଥିଲା । ତେବେ ପୋଲିସ ନିଷ୍କ୍ରିୟତାର ସୁଯୋଗ ନେଇ ଲୁଟେରାମାନେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଗ୍ରହଣା ।

ହେଲେ ଦୋକାନ ଭିତରେ ଥିବା ଲକର ଟିକୁ ଚୋର ମାନେ ଚେଷ୍ଟା କରି ସୁଦ୍ଧା ଭାଙ୍ଗିପାରି ନଥିଲେ ଫଳରେ ସୌଭାଗ୍ୟ କ୍ରମେ ତା ଭିତରେ ଥିବା ଅଳଙ୍କାର ରହିଯାଇଛି । ଆଜି ସକାଳୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.