ସଟର କାଟି ଜୁଏଲାରୀରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ଭାଙ୍ଗିଦେଲେ ଦୋକାନ CCTV
31/03/2023 at 10:35 AM

ସୋର ୩୧।୩: ଜୁଏଲାରୀ ଦୋକାନରୁ ଅଳଙ୍କାର ଚୋରି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ପଦ୍ମଲୋଚନ ଜୁଏଲାରୀ ଦୋକାନରୁ ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ସଟର କାଟି ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ଟଙ୍କା ଲୁଟିନେଇଛନ୍ତି ଲୁଟେରା

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ତୁଡ଼ିଗଡିଆ ବଜାରରେ କୁଲୁଣିଆ ଗ୍ରାମର ସୌଭାଗ୍ୟ ରଞ୍ଜନ ସାହୁ ଜୁଏଲାରୀ ଦୋକାନ କରିଥିଲେ l ଗୁରୁବାର ବିଳମ୍ବିତ ରାତିରେ ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଶୁକ୍ରବାର ସକାଳ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନ ସଟର କଟଯିବା ସହ ସୁନା-ରୂପା ଅଳଙ୍କାର ନଥିବା ଦେଖିବାକୁ ପାଇଥିଲେ । ଏହାସହ ଦୋକାନର ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା l ଏହାଦେଖି ସେ ଖଇରା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କିଛି ଦିନ ଧରି ଉକ୍ତ ଅଞ୍ଚଳରେ ଚୋରି, ଡକାୟତ ହେଉଥିବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି l ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ।