LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ୍, ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଦୃଶ୍ୟ

16/05/2023 at 1:43 PM

ଯାଜପୁରରୋଡ୍ ୧୬।୫: ଯାଜପୁର ଜିଲ୍ଲା ବ୍ୟାସନଗର ସହରର ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ସୁନା ଦୋକାନରୁ ସୋମବାର ଏକ ବଡ଼ ଧରଣର ଡକାୟତି ହୋଇଥିବା ବେଳେ ଏଯାଏଁ ଧରାପଡ଼ିନାହାନ୍ତି ଲୁଟେରା । ସୋମବାର ଦିନ ଦ୍ବିପ୍ରହରରେ ସୋରୁମକୁ ଗ୍ରାହକ ବେଶରେ ଆସି ୭ ଜଣ ଲୁଟେରା ୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ ।

ତେବେ ପୋଲିସ ଏହାକୁ ଗୁରୁତର ସହ ନେଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଚଳାଇଥିବା ବେଳେ ଏହି ଲୁଟ୍ ଘଟଣାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ବାଇକରେ ଆସି ଲୁଟେରା କିପରି ଲୁଟ୍ କରି ନେଇଯାଉଛନ୍ତ ତାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୁନା ଦୋକାନ ସମ୍ମୁଖରେ ଥିବା ଏକ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟେରାମାନେ ଲୁଟ କରି ଫେରାର ହେଉଥିବାର ଦୃଶ୍ୟ ରହିଛି । ପୋଲିସ ବିଭିନ୍ନ ଦିଗରୁ ସିସିଟିଭି ଫୁଟେଜ ସଂଗ୍ରହ କରିବାକୁ ପ୍ରୟାସ ଜାରି ରଖିଛି । ସୋମବାର ଦିନ ପାଖାପାଖି ୨ଟା ସମୟରେ ୭ ଜଣ ଡକାୟତ ସୋ’ରୁମ୍ ଭିତରେ ଗ୍ରାହକ ହିସାବରେ ପ୍ରବେଶ କରିଥିଲେ । ପରେ କର୍ମଚାରୀଙ୍କୁ ମାଡମାରି ବନ୍ଧୁକ ମୁନରେ ଗହଣା ସବୁ ଲୁଟି ନେଇ ବାହାରୁ ସଟର ପକାଇ ବନ୍ଦ କରି ଫେରାର ହୋଇ ଯାଇଥିଲେ । ଆକ୍ରମଣରେ ସୋ’ରୁମ୍‌ର ୨ କର୍ମଚାରୀ ଆହତ ହୋଇଥିଲେ ।

ସେପଟେ ପୋଲିସ ହାତରେ ଲାଗିଛି ୩ ଲୁଟେରାଙ୍କ ଫୋଟୋ । ଅଭିଯୁକ୍ତଙ୍କ ଫଟୋ ଜାରି କରି ଏମାନଙ୍କ ବିଷୟରେ ଖବର ଦେଲେ ପୁରସ୍କାର ମିଳିବା ନେଇ ଘୋଷଣା କରିଛି ଯାଜପୁର ପୋଲିସ । ତେବେ ପୋଲିସ ସିସିଟିଭି ଫୁଟେଜରୁ ଏହି ଫଟୋ ସଂଗ୍ରହ କରିଥିବା ଜଣାପଡିଛି । ଯାଜପୁର ପୋଲିସର ୮ଟି ଟିମ୍ ତଦନ୍ତରେ ଲାଗିଥିବା ବେଳେ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରାଯାଉଛି । ଏଥିସହିତ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରଖିଥିବା ବେଳେ ବ୍ୟାସନଗର ସହରରେ ଥିବା ବିଭିନ୍ନ ହୋଟେଲ ଯାଞ୍ଚ କରାଯାଉଛି । ଏଯାଏଁ ଲୁଟେରା ଧରାପଡ଼ି ନଥିବାବେଳେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରିଛି ପୋଲିସ ।

   Related Posts