Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା

27/01/2023 at 8:17 AM

ନିଶ୍ଚିନ୍ତକୋଇଲି ୨୭/୦୧: ଗୁରୁବାର ବିଳମ୍ବିତ ରାତିରେ କଟକ-କେନ୍ଦ୍ରାପଡା ରାସ୍ତାର କଟିକଟା ବଜାର ସ୍ଥିତ କ୍ରିଷ୍ଣା ଜୁଏଲାରୀ ଦୋକାନରୁ ଲୁଟ୍ । ତାଲା ଭାଙ୍ଗି ୮ ରୁ ୧୦ ଜଣ ଲୁଟେରା ଲୁଟି ନେଲେ ୧୦ ଲକ୍ଷ ଟଙ୍କା ରୁ ଅଧିକ ସୁନା, ରୂପା ଗହଣା ଓ ନଗଦ ୯୦ ହଜାର ଟଙ୍କା । ଲୁଟେରାଙ୍କ ଲୁଟ୍ ସମୟର ଘଟଣା ସିସିଟିଭିରେ କଏଦ୍ ।

ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ଥିବା କ୍ରିଷ୍ଣା ଜୁଏଲାରୀରେ । ଦୋକାନର ସଟର ଏକ ସାବଳରେ ଭାଙ୍ଗି ଭିତରକୁ ୮ ରୁ ୧୦ ଜଣ ଦୁର୍ବୃତ୍ତ ସୁନା ଓ ରୂପା ଗହଣା ଲୁଟୁଥିବାର ଭିଜୁଆଲ ସିସିଟିଭି ରେ କଏଦ୍ ହୋଇଛି । ଖବର ପାଇ ଦୋକାନ ମାଲିକ ପହଞ୍ଚିଲା ବେଳକୁ ଦୋକାନରୁ ସବୁ ଲୁଟ୍ ହୋଇଯାଇଛି । ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସିସିଟିଭି ଫୁଟେଜରୁ ଯାହା ଜଣାଯାଉଛି ଲୁଟ୍ କରୁଥିବା ଲୁଟେରା କମ୍ ବୟସର ଯୁବକ ବୋଲି । ତେଣୁ ବାରମ୍ବାର ଏହି ଅଂଚଳରେ ଲୁଟ୍, ରାହାଜାନୀ ଓ ଛିନତାଇ ଭଳି ଅଘଟଣ ଘଟୁଥିଲେ ମଧ୍ୟ ପୋଲିସର କୈାଣସି ଠୋସ୍ ପଦକ୍ଷେପ ନହେବାରୁ ଦିନକୁ ଦିନ ଏଭଳି ଘଟଣା ଦେଖିବାକୁ ମିଳୁଛି ।

   Related Posts